ଡେସ୍କ: ଖୁବ ଶୀଘ୍ର ଦର୍ଶକମାନେ ବଡ ପରଦାରେ ଦେଖିବାକୁ ପାଇବେ ଏକ ଭିନ୍ନ ସ୍ୱାଦର ଚଳଚ୍ଚିତ୍ର ‘ଆକାଶବାଣୀ’। ଷ୍ଟ୍ରିଟ ବୀରବଲ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମାଣ ହେବାକୁ ଥିବା ଏହି ଚଳଚ୍ଚିତ୍ରର ମହୁରତ ଅନୁଷ୍ଠିତ ହୋଇଯାଇଛି। ଏହାର ପ୍ରଯୋଜନା ଦାୟିତ୍ୱରେ ରୋହନ ଗର୍ଗ ଥିବା ବେଳେ ନିର୍ଦ୍ଦେଶନା ଦେଉଛନ୍ତି ତୀରପତି ସାହୁ। ଏହି ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ସମ୍ଭାଳିଛନ୍ତି ଅଭିଜିତ ମଜୁମଦାର।
ଏଥିରେ ଅଭିନୟ କରୁଛନ୍ତି ରୋହନ, ପୂଜା, ରୋଶନ, ପ୍ରଦ୍ୟୁମ୍ନ ଲେଙ୍କା, ପୃଥ୍ୱୀରାଜ ନାୟକ, ପ୍ରତିଭା ପଣ୍ଡା, ସଞ୍ଜୟ ମହାକୁଡ଼, ମିନତୀ ସାମଲ, ଜୋଜୋ ଏବଂ ଅଦ୍ୟାଶା ପାଣିଗ୍ରାହୀ। ଚିତ୍ରାତ୍ତୋଳନ ଦାୟିତ୍ୱରେ ସ୍ୱର୍ଣ୍ଣ ଥିବା ବେଳେ ଗଣମାଧ୍ୟମ ସଂଯୋଜନାରେ ଅଛନ୍ତି ପ୍ରଣୟ ଜେଠି ଓ ଗ୍ଲାମର୭୭।



