www.samajalive.in
Saturday, December 6, 2025
26.1 C
Bhubaneswar

ଚିକିତ୍ସା ସହାୟତା ଅପେକ୍ଷାରେ ସର୍ବହରା ବୁଦେସିଂ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକରେ ଝାଡ଼ାବାନ୍ତି ସଦୃଶ ମହାମାରୀ ପ୍ରାୟ ପ୍ରତି ବର୍ଷ ଧରି ହେଉଥିବା ବେଳେ ଏହି ମହାମାରୀରେ ଅନେକ ଜୀବନ ଚାଲିଯାଉଥିବା ସର୍ବଦା ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରିଥାଏ। ପ୍ରତିବର୍ଷ ଭଳି ଗତ ବର୍ଷା ଦିନରେ କାଶୀପୁର ବ୍ଲକରେ ଝାଡ଼ାବାନ୍ତି ବ୍ୟାପିଥିଲା। କାଶୀପୁର ବ୍ଲକ ଅଡାଜୋର ପଞ୍ଚାୟତ ପର୍ଲାଜୋଡ ଗ୍ରାମର ବୁଦେସିଂ ମାଝୀ ନିଜ ବାପା ମଣି ମାଝୀ ଏବଂ ସ୍ତ୍ରୀ ନମିତା ମାଝୀଙ୍କୁ ଏହି ମହାମାରୀରେ ହରାଇ ନିଜ ଦୁଇ ଶିଶୁ  ୪ ବର୍ଷର ଝିଅ ଓ ଦେଢ ବର୍ଷର ପୁଅର ମୁହଁ ଚାହିଁ ସଂସାର ଚଳାଇଥିଲେ। ହେଲେ କିଛି ମାସ ପରେ ବୁଦେସିଂ କୌଣସି ଏକ ଅଜଣା ରୋଗରେ ପୀଡିତ ହୋଇ ବିଛଣାରେ ପଡ଼ିଲେ। ସଚେତନତା ଅଭାବ ହେଉ ବା ଆର୍ଥିକ ଅନଟନ ହେଉ, ବୁଦେସିଂ ଘରେ ବିଛଣାରେ ପଡ଼ି ରହିଲେ। ଦିନକୁ ଦିନ ଦେହରୁ ଚର୍ମ ଏବଂ ମାଂସ ଅଲଗା ହେବାରେ ଲାଗିଲା। ସମସ୍ତ ପରିଜନଙ୍କୁ ଲାଗିଲା ବୁଦେଶିଂ ମୃତ୍ୟୁକୁ ଅପେକ୍ଷା କରି ରହିଛନ୍ତି। ତଥାପି କେହି ସାହାଯ୍ୟର ହାତ ବଢ଼ାଇ ନଥିଲେ। ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଥିଲେ ମଧ୍ୟ ସଚେତନତାର ଅଭାବ ହେଉ କିମ୍ବା ଅନ୍ୟ କୌଣସି କାରଣବଶତଃ ବୁଦେସିଂ ଚିକିତ୍ସା ପାଇ ପାରିନଥିବା କାରଣରୁ ଆଜି କେବଳ ମୃତ୍ୟୁକୁ ଅପେକ୍ଷା କରିଛନ୍ତି। ସବୁଠୁ ଚିନ୍ତାର ବିଷୟ ବୁଦେସିଂଙ୍କର ଯଦି କିଛି ହୋଇଯାଏ ତାହେଲେ ତାଙ୍କ ଦୁଇଟି ଶିଶୁର ଯତ୍ନ ୬୫ ବର୍ଷରୁ ଊର୍ଦ୍ଧ୍ବ ଜେଜେମା ଆଉ କେତେଦିନ ନେଇପାରିବେ। ଝାଡାବାନ୍ତି ମହାମାରୀରେ ମାଆ ଛେଉଣ୍ଡ ଦୁଇ ଶିଶୁଙ୍କ ବାପାଙ୍କର ଯଦି କିଛି ହୋଇଯାଏ ତାହାଲେ ଗୋଟିଏ ପରିବାର ଛାରଖାର ସହ ଦୁଇ ଶିଶୁ ଅନାଥ ହୋଇଯିବେ। ଯଦି କୌଣସି ବ୍ୟକ୍ତି କିମ୍ବା ସଙ୍ଗଠନ ଅବା ସରକାର, ପ୍ରଶାସନ ବୁଦେସିଂଙ୍କର ଉପଯୁକ୍ତ ଚିକିତ୍ସା କରିବେ ତାହେଲେ ଦୁଇ କଅଁଳ ଶିଶୁ ସେମାନଙ୍କ ବାପାକୁ ଫେରିପାଇବେ ବୋଲି ପର୍ଲାଯୋଡ ଗ୍ରାମବାସୀ କହିଛନ୍ତି ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories