ନୂଆଦିଲ୍ଲୀ : କାଶ୍ମୀର ଉପତ୍ୟକାରେ ଦୀର୍ଘ ୧୧ ଦିନ ବିତାଇବା ପରେ ଶୁକ୍ରବାର ଦିଲ୍ଲୀ ଫେରିଛନ୍ତି ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡେଭାଲ। ଶ୍ରୀନଗରରେ ଅବସ୍ଥାନ ସହିତ ବିଭିନ୍ନ ଅଞ୍ଚଳ ବୁଲି ସ୍ଥାନୀୟ ଜନତା ଓ ସୁରକ୍ଷାକର୍ମୀଙ୍କ ସହିତ ଆଲୋଚନା ମାଧ୍ୟମରେ ସେ ଧାରା ୩୭୦ ଉଚ୍ଛେଦ ପରିବର୍ତ୍ତୀ ଆଇନଶୃଙ୍ଖଳା ପରିସ୍ଥିତି ଅନୁଧ୍ୟାନ କରିଥିଲେ ଏବଂ ଲୋକଙ୍କ ମନ ଜିଣିବା ପ୍ରୟାସ କରିଥିଲେ। ଗତ ୬ ତାରିଖରେ ସେ କାଶ୍ମୀର ଯାଇଥିଲେ।
Popular Categories



