www.samajalive.in
Sunday, December 7, 2025
26.1 C
Bhubaneswar

ରାଜସ୍ଥାନ ବିଧାନସଭା ନିର୍ବାଚନ: କଂଗ୍ରେସ ପକ୍ଷରୁ ୧୫୨ ଜଣିଆ ପ୍ରାର୍ଥିତାଲିକା ପ୍ରକାଶ

ଜୟପୁର : ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଶୁକ୍ରବାର ୧୫୨ ଜଣିଆ ପ୍ରାର୍ଥିତାଲିକା ପ୍ରକାଶ କରିଛି। ପ୍ରଦେଶ କଂଗ୍ରେସ ମୁଖ୍ୟ ସଚିନ ପାଇଲଟ ଟୋଙ୍କ ବିଧାନସଭା ଆସନରୁ ପାର୍ଥୀ ହୋଇଥିବାବେଳେ ଦଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‍ ସର୍ଦାରପୁରା ବିଧାନସଭା ଆସସନରୁ ପ୍ରାର୍ଥୀ ହୋଇଛନ୍ତି। କଂଗ୍ରେସର ଏହି ତାଲିକାରେ ସମସ୍ତ ବରିଷ୍ଠ ନେତାଙ୍କ ନାମ ରହିଛି। ଗୁରୁବାର କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ରାଜସ୍ଥାନର ୨୦୦ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୟନ କରାଯାଇଥିଲା। ସେହି କ୍ରମରେ ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।
ସୂଚନା ଅନୁସାରେ ଗୁରୁବାର ସୋନିଆ ଗାନ୍ଧୀଙ୍କ ଦିଲ୍ଲୀସ୍ଥିତ ଆବାସରେ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ହୋଇଥିଲା। ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଅହମଦ ପଟେଲ, ଅମ୍ବିକା ସୋନି, ଅଶୋକ ଗେହଲଟ୍‍, ସଚିନ ପାଇଟଲଙ୍କ ସମେତ ରାଜସ୍ଥାନ କଂଗ୍ରେସର ୪ ସାଧାରଣ ସମ୍ପାଦକ ବିବେକ ବଂସଲ, ଯୋଗେନ୍ଦ୍ର ଯାଦବ, ତରୁଣ କୁମାର, କାଜି ନିଜାମୁଦ୍ଦିନ ଉପସ୍ଥିତ ଥିଲେ। ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୧୯ରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେବ। ନଭେମ୍ବର ୨୦ ନାମାଙ୍କନପତ୍ର ଯାଞ୍ଚ ଓ ନଭେମ୍ବର ୨୨ ପାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଡିସେମ୍ବର ୭ରେ ଭୋଟ ଗ୍ରହଣ ଓ ୧୧ରେ ଭୋଟ ଗଣତି ହେବ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories