ନବରଙ୍ଗପୁର ପାଇଁ ଗର୍ବ ଐଶ୍ୱରୟନ ପିଲାଇ

ନବରଙ୍ଗପୁର: ସର୍ବଭାରତୀୟ ଫୁଟବଲ ଫେଡେରେସନ ତରଫରୁ ନବରଙ୍ଗପୁରର ଚାଉଁରିଆଗୁଡା ନିବାସୀ ଐଶ୍ୱରୟନ ପିଲାଇଙ୍କୁ ଭାରତୀୟ ଷୋହଳ ବର୍ଷରୁ କମ୍ ଫୁଟବଲ ଦଳର ମ୍ୟାନେଜର ଭାବେ ମନୋନୀତ କରାଯାଇଛି। ସୂଚନା ଯୋଗ୍ୟ ଯେ, ପିଲାଇ ଏଥି ପୂର୍ବରୁ ଇଣ୍ଡିଆନ ସୁପର ଲିଗର କୋଚ ଏବଂ ଇଣ୍ଡିଆନ ଓ୍ବିମେନ୍ସ ଲିଗ ଟୁର୍ଣ୍ଣାମେଣ୍ଟର ମଧ୍ୟ କୋଚ ଦାୟିତ୍ଵ ତୁଲାଇ ସାରିଛନ୍ତି। ଏହି ଖବର ପ୍ରସାରିତ ହେବା ମାତ୍ରେ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ଜିଲ୍ଲା କ୍ରୀଡ଼ା ସଙ୍ଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ, ଉପସଭାପତି ଏମ.ବାଲାକୃଷ୍ନା ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ଏହା ଆମ ସଙ୍ଘ ଓ ଜିଲ୍ଲା ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି। ନବରଙ୍ଗପୁର ଭଳି ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରୁ ଜଣେ କ୍ରୀଡ଼ାବିତ ଏହି ସଫଳତା ହାସଲ କରିଥିବାରୁ ଜିଲ୍ଲାର ସମସ୍ତ କ୍ରୀଡ଼ାବିତମାନେ ଖୁସୀ ପ୍ରକଟ କରିଛନ୍ତି।

 

Comments are closed.