www.samajalive.in
Monday, December 15, 2025
26.1 C
Bhubaneswar

ରାଜ୍ୟରେ ପ୍ରଥମ: ନୂଆପଡା ଉପନିର୍ବାଚନରେ ବ୍ୟବହାର ହେବ ବାୟୁସେନାର ବିମାନ

ସମାଜ ନ୍ୟୁଜ ଡେସ୍କ- ନୂଆପଡା ଉପନିର୍ବାଚନରେ ବ୍ୟବହାର ହେବ ବାୟୁସେନାର ବିମାନ । ପ୍ରଥମ ଥର ପାଇଁ ରାତିରେ ଗୋତମା ଏୟାରଷ୍ଟ୍ରିପରେ ଅବତରଣ କରିଛି ବାୟୁସେନାର ବିମାନ । ନୂଆପଡ଼ା ଉପନିର୍ବାଚନରେ ସାମିଲ ପୋଲିଂ ପାର୍ଟିଗୁଡ଼ିକୁ ସହାୟତା କରିବ ଏହି ବିମାନ । ସୁନାବେଡା ଅଞ୍ଚଳ ମାଓବାଦୀ ପ୍ରଭାବିତ ହୋଇଥିବାରୁ ବୁଥ୍ ପାଇଁ ପରିବହନ ନିମନ୍ତେ ଭାରତୀୟ ବାୟୁସେନାର ବିମାନ ଉପଯୋଗ କରାଯିବ । ଆଉ ବୁଥକୁ ହେଲିକପ୍ଟରରେ ଯିବେ ପୋଲିଂ ପାର୍ଟି ।

- Advertisement -

ଆଜି ସନ୍ଧ୍ୟା ୭ଟାରୁ ବୁଥ ଯାତ୍ରା କରିବେ ପୋଲିଂ ପାର୍ଟି। ଆସନ୍ତାକାଲି ୧୧ ଟା ସୁଦ୍ଧା ବୁଥରେ ପହଁଚିବେ ପୋଲିଂ ପାର୍ଟି । ଏନେଇ ଡିସପୋଜାଲ ସେଣ୍ଟରରେ ସମସ୍ତ ପ୍ରସ୍ତୁତି ସରିଥିବା କହିଛନ୍ତି ନୂଆପଡ଼ା ନିର୍ବାଚନ ଅଧିକାରୀ ମଧୁସୂଦନ ଦାସ । ୩୮୫ଟି ବୁଥରେ ଭୋଟଗ୍ରହଣ କରାଯିବ। ଅତି ସମ୍ବେଦନଶୀଳ ବୁଥରେ ସୁରକ୍ଷ ବ୍ୟବସ୍ଥା କଡ଼ାକଡ଼ି କରାଯିବ। ନକ୍ସଲ ପ୍ରଭାବିତ ଅଞ୍ଚଳର ୮ଟି ବୁଥକୁ ହେଲିକପ୍ଟର ଯୋଗେ ଯିବେ ପୋଲିଂ ପାର୍ଟି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories