www.samajalive.in
Friday, December 12, 2025
15.1 C
Bhubaneswar

ଅବସରପ୍ରାପ୍ତ ଓ ମୃତ କର୍ମଚାରୀଙ୍କ ନିକଟକୁ ଏୟାର ଇଣ୍ଡିଆର କାର୍ଯ୍ୟବଣ୍ଟନ ଚିଠି

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ବାୟୁ ପରିବହନ ସଂସ୍ଥା ଏୟାର ଇଣ୍ଡିଆରେ ଏକ ବିଚିତ୍ର ପରିସ୍ଥିତି ଉପୁଜିଛି। ଏକ କୌତୂହଳପ୍ରଦ ଘଟଣାକ୍ରମେ ଏହାର ଅବସରପ୍ରାପ୍ତ ଓ ଦିବଂଗତ କର୍ମଚାରୀଙ୍କ ନାମରେ କାର୍ଯ୍ୟ ବଣ୍ଟନ(ଡ୍ୟୁଟି ରୋଷ୍ଟର) ଚିଠି ପହଞ୍ଚିଛି। ଶତାଧିକ ପୂର୍ବତନ ଓ କିଛି ଦିବଂଗତ କର୍ମଚାରୀଙ୍କ ପରିବାର ସୂତ୍ରରୁ ଏ ସମ୍ପର୍କରେ ଜଣାପଡ଼ିବା ପରେ କର୍ତ୍ତୃପକ୍ଷ ବୈଷୟିକ ତ୍ରୁଟି କାରଣରୁ ଏଭଳି ଘଟିଥିବା ସଫେଇ ଦେଇଛନ୍ତି। ସୂଚନାନୁଯାୟୀ, ଦୀର୍ଘ ଦିନ ହେଲା ଅବସର ନେଇ ସାରିଥିବା ଶତାଧିକ କର୍ମଚାରୀଙ୍କ ନିକଟକୁ ସେମାନଙ୍କ କାର୍ଯ୍ୟ ନିର୍ଘଣ୍ଟ ଓ ଦାୟିତ୍ୱ ସମ୍ପର୍କରେ ଏୟାର ଇଣ୍ଡିଆ ପକ୍ଷରୁ ଚଳିତ ସପ୍ତାହରେ ପ୍ରଚଳିତ ସ୍ୱୟଂକ୍ରିୟ ‘କ୍ର୍ୟୁ ମ୍ୟାନେଜମେଣ୍ଟ ସିଷ୍ଟମ’ ବା ସିଏମ୍‍ଏସ୍‍ ମାଧ୍ୟମରେ ଚିଠି ଓ ବାର୍ତ୍ତା ପ୍ରେରଣ କରାଯାଇଛି। ଏହି ବାର୍ତ୍ତା ପାଇଥିବା କିଛି କର୍ମଚାରୀଙ୍କର ଇତି ମଧ୍ୟରେ ମୃତ୍ୟୁ ହୋଇସାରିଲାଣି। ସମ୍ପୃକ୍ତ କର୍ମଚାରୀ ତଥା ସେମାନଙ୍କ ପରିବାର ସୂତ୍ରରୁ ଏଭଳି ତ୍ରୁଟି ସମ୍ପର୍କରେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବା ପରେ ଶୁକ୍ରବାର ସିଏମ୍‍ଏସ୍‍ ବ୍ୟବସ୍ଥାର ମରାମତି ତଥା ସଂଶୋଧନ କରାଯାଇଛି। ପ୍ରଚଳିତ ବ୍ୟବସ୍ଥାରେ କିଛି ତ୍ରୁଟି ପାଇଁ ଏଭଳି ଘଟିଥିଲା ଓ ତୁରନ୍ତ ଏହାକୁ ସଂଶୋଧନ କରାଯାଇଥିବା ଏୟାର ଇଣ୍ଡିଆ ମୁଖପାତ୍ର କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories