www.samajalive.in
Sunday, December 14, 2025
23.1 C
Bhubaneswar

ପ୍ରଫେସନାଲ୍ସ କଂଗ୍ରେସର ପ୍ରଥମ ବୈଠକ

ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଭୁବନେଶ୍ୱର ଲୋକସଭା ପ୍ରଫେସନାଲ୍ସ କଂଗ୍ରେସର ସଭାପତି ମିତ୍ରଭାନୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେନ୍ଦ୍ରର କଳା କୃଷି ଆଇନ ବିରୋଧରେ କୃଷକମାନେ ଚଳାଇଥିବା ଆନ୍ଦେଳନକୁ ସମର୍ଥନ କରାଯାଇଥିଲା ା ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ଏବଂ ସାମାଜିକ ସେବାରେ ନିୟୋଜିତ ଥିବା ବିଶିଷ୍ଟ ବ୍ୟକ୍ତି ଏହି ବୈଠକରେ ଯୋଗଦେଇ ସଂଗଠନର ଆଗାମୀ ଦିନରେ କାର୍ଯ୍ୟକ୍ରମ ଖସଡ଼ା ବାବଦରେ ଆଲୋଚନା କରାଯିବା ସହିତ ମୋଦି ଓ ନବୀନ ସରକାରର ଭ୍ରଷ୍ଟାଚାର, ଦୁର୍ନୀତି ଓ କୁଶାସନ ବିରୋଧରେ ଜନମତ ସୃଷ୍ଟି କରିବାପାଇଁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ମନୋରଞ୍ଜନ ଦାଶ, ଏଆଇପିସି ସଂଗଠନର ରାଜ୍ୟ ସଂପାଦିକା ମନୀଷା ନନ୍ଦ, ରାଜ୍ୟ ସଂଯୋଜକ ରଞ୍ଜିତ କୁମାର ମହାନ୍ତି, ସାସ୍ୱତ୍‍ ମହାନ୍ତି, ଜିଲା କଂଗ୍ରେସ ଲିଗାଲ ସେଲ୍‌ଫର ଅଧ୍ୟକ୍ଷ ମନୋଜ ନାୟକଙ୍କ ସମେତ ବହୁ ଜିଲା କଂଗ୍ରେସ ନେତା ଓ ବ୍ଲକ କଂଗେସ କମିଟିର ସଭାପତି ଯୋଗଦେଇଥିଲେ।

Attachments area

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories