ନିରଞ୍ଜନ ରହିଲେ, ଅନ୍ୟ ସମସ୍ତ କମିଟି ଭଙ୍ଗ : ଏଆଇସିସି
କାର୍ଯ୍ୟକାରୀ ସଭାପତି ରହିଲେ ପ୍ରଦୀପ ଓ ଚିରଞ୍ଜିବୀ
ନୂଆଦିଲ୍ଲୀ : ପିସିସି ସଭାତି ନିରଞ୍ଜନ ପଟ୍ଟନାୟକ ନିଜ ପଦ ବଜାୟୀ ରଖିଛନ୍ତି । ତେବେ କାର୍ଯ୍ୟକାରୀ ସଭାପତିଙ୍କ ବ୍ୟତିତ ଓଡ଼ିଶା ପିସିସିର ସବୁ ପଦାଧିକାରୀଙ୍କ ନିଯୁକ୍ତିକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରଦ୍ଦ କରିଛନ୍ତି । ଏହାସହ ସାଧାରଣ ନିର୍ବାଚନ ଲାଗି ଗଠିତ ହୋଇଥିବା ସମସ୍ତ କମିଟିକୁ ଭାଙ୍ଗି ଦିଆଯାଇଛି । ପିସିସି ସଭାପତି ଓ କାର୍ଯ୍ୟକାରୀ ସଭାପତି ପୂର୍ବଭଳି କାର୍ଯ୍ୟ କରିବେ । ତେବେ ପ୍ରଦୀପ ମାଝୀ ଓ ଚିରଞ୍ଜିବୀ ବିଶ୍ୱାଳ ନିଜର ଦାୟିତ୍ୱ ତୁଲାଇବେ । ଏଆଇସିସି ସାଧାରଣ ସଂପାଦକ ଭେନୁଗୋପାଳଙ୍କ ଏକ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦେଇଛନ୍ତି ।
Comments are closed.