BJD Bijuli 480×75 Mob

ପନିରସେଲଭମ୍‌ଙ୍କୁ ପଲାନିସ୍ବାମୀଙ୍କ ବହିଷ୍କାର

ନେତୃତ୍ବ ପାଇଁ ଏଆଇଏଡିଏମ୍‌କେରେ ଗୋଷ୍ଠୀ ସଂଘର୍ଷ

BJD Bijuli 480×75 Mob

​ଚେନ୍ନଇ : ତାମିଲନାଡୁର ଏଆଇଏଡିଏମ୍‌ରେ ଯୁଗଳ ନେତୃତ୍ବର ଅନ୍ତ ଘଟିଛି । ଗୋଷ୍ଠୀ କନ୍ଦଳ ଚରମସ୍ତରରେ ପହଞ୍ଚିଥିବାବେଳେ ଦଳର ଦୁଇ ନେତା ଓ ପନିରସେଲଭମ୍ ଏବଂ ଇ ପଲାନିସ୍ବାମୀ ପରସ୍ପର ମଧ୍ୟରେ ଲଢ଼େଇ ଜାରି ରହିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ପଲାନିସ୍ବାମୀ ସୋମବାର ଦଳର ଅନ୍ତରୀଣ ସାଧାରଣ ସମ୍ପାଦକ ନିର୍ବାଚିତ ହୋଇଛନ୍ତି। ଏଥିସହିତ ସେ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ତୁରନ୍ତ ପନିରସେଲଭମ୍‌ ଓ ତାଙ୍କର ତିନି ସହଯୋଗୀଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ପନିରସେଲଭମ୍‌ଙ୍କୁ ବିଧାନସାଭାରେ ଦଳର ଉପମୁଖ୍ୟ ପଦରୁ ମଧ୍ୟ ହଟାଇ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ପନିରସେଲଭମ୍‌ ଦଳୀୟ କାର୍ଯ୍ୟାଳୟରୁ ପୁଲିସ ସହାୟତାରେ ସମସ୍ତ ନଥି ଓ ଆସବାବପତ୍ର ନେଇ ଯାଇଥିବା ପଲାନିସ୍ବାମୀ ଅଭିଯୋଗ କରିଛନ୍ତି। ଏହାର ପ୍ରତିରୋଧ କରିବାକୁ ଯାଇ ୨୫ରୁ ଅଧିକ ଦଳୀୟ କର୍ମୀ ଆହତ ହୋଇଥିବା ମଧ୍ୟ ସେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଦୁଇ ପକ୍ଷ ମଧ୍ୟରେ ସଂଘର୍ଷ ପରେ ଏଆଇଏଡିଏମ୍‌କେ ମୁଖ୍ୟାଳୟରେ ତାଲା ପକାଇ ଦେଇଥିବା ଦେଖାଯାଇଛି। ଉଭୟ ପକ୍ଷ ଦଳ ମୁଖ୍ୟାଳୟ ସମ୍ମୁଖରେ ଗାଡ଼ିମୋଟର ଭଙ୍ଗାରୁଜା କରିବା ସହ ପଥର ଫିଙ୍ଗାଫିଙ୍ଗି ହୋଇଥିବା ଦେଖାଯାଇଛି। ପନିରସେଲଭମ୍‌ଙ୍କ ସମର୍ଥକମାନେ ପଲାନିସ୍ବାମୀଙ୍କ କୁଶପୁତ୍ତଳିକା ଦାହ କରିବା ସହ ଧାରଣା ଦେଇଛନ୍ତି। ଏହି ଘଟଣା ପରେ ଦଳୀୟ କାର୍ଯ୍ୟାଳୟ ନିକଟ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି।
ସୂଚନାଯୋଗ୍ୟ ଯେ ଦଳ ପ୍ରତିଷ୍ଠାତା ଜୟଲଳିତାଙ୍କ ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ନେତୃତ୍ବ ସଙ୍କଟ ଦୂର ପାଇଁ ପନିରସେଲଭମ୍‌ ଆବାହକ ନିଯୁକ୍ତ ହେବା ସହ ପଲାନିସ୍ବାମୀ ମୁଖ୍ୟମନ୍ତ୍ରୀ ହୋଇଥିଲେ ଓ ୨୦୧୬ରୁ ମିଳିମିଶି ସରକାର ତଥା ଦଳକୁ ଚଳାଉଥିଲେ। ଏବେ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଛି। ନେତୃତ୍ବ ବିବାଦ ପରିପ୍ରେକ୍ଷୀରେ ଗତ ସପ୍ତାହରେ ସୁପ୍ରିମକୋର୍ଟ ପଲାନିସ୍ବାମୀଙ୍କୁ ଦଳର ସାଧାରଣ ପରିଷଦ ବୈଠକ ଆହ୍ବାନ ପାଇଁ ଅନୁମତି ଦେଇଥିଲେ। ସେହି ଅନୁସାରେ ଦୁଇ ଦିନିଆ ବୈଠକ ବସିଥିଲା ଓ ଏଥିରେ ଅଢ଼େଇ ହଜାର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ବୈଠକରେ ପଲାନିସ୍ବାମୀ ଏକକ ନେତୃତ୍ବ ହାସଲ କରିଥିବା ଦାବି କରିବା ପରେ ପରିସ୍ଥିତି ଜଟିଳ ହୋଇଛି। ସୋମବାରର ଘଟଣା ପରେ ପନିରସେଲଭମ୍‌ ତାଙ୍କୁ ବହିଷ୍କାର କରିବା କ୍ଷମତା ପଲାନିସ୍ବାମୀଙ୍କର ନ ଥିବା ଦର୍ଶାଇ ଅଦାଲତକୁ ଯିବେ ବୋଲି କହିଛନ୍ତି। ସେ ​ଦଳ​‌ରେ ​‌ଦ୍ଵୈତ ନେତୃତ୍ବ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ସୋମବାର ବୈଠକ​‌େ​‌ର ଏକାଧିକ ନିୟମର ସଂଶୋଧନ କରାଯାଇଛି। ସେହି ଅନୁସାରେ ୪ମାସ ମଧ୍ୟରେ ଦଳର ନିୟମିତ ସାଧାରଣ ସମ୍ପାଦକ ନିର୍ବାଚନ କରାଯିବ।

Comments are closed.