କଣ୍ଟାବାଞ୍ଜିରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ
କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ସହରରେ କଣ୍ଟାବାଞ୍ଜି ଵିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସମୁଖରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ କରାଯାଇଛି। ନଗରପାଳ ବରିୟାମ ସିଂହ ସାଲୁଜା, ଉପନଗର ପାଳ ମନୋରମା ରାଉତ, କାର୍ଯ୍ୟ ନିର୍ବାହୀ ଅଧିକାରୀ ନିରଞ୍ଜନ ଧଳ, ତହସିଲଦାର ସମୀର କୁମାର ବେହେରା, ତୁରେକେଲା ବିଡିଓ ଦେବାଶିଷ ସାମଲଙ୍କ ସହ ଏନଏସିର କର୍ମଚାରୀ, ସମସ୍ତ କାଉନସିଲର, ଅଙ୍ଗନବାଡି, ଆଶା ମା, ମହିଳା ସ୍ୱୟଂ ସହାୟକ ଗୋଷ୍ଠି, ଗଣମାଧ୍ୟମ ପ୍ରତିନିଧିଙ୍କ ତରଫରୁ ଅହିଂସା ରଥକୁ ସ୍ୱାଗତ କରାଯାଇଥିଲା।
ପରେ ସହର ର ୱାର୍ଡ଼ ନଂ ୧, ୨,୧୧ ଓ ବସଷ୍ଟାଣ୍ଡ ଅଞ୍ଚଳ ପରିକ୍ରମା କରି ଏଲଇଡି ଜରିଆରେ ଭାରତ ସ୍ୱାଧୀନତାର ୭୫ବର୍ଷ ପାଳନ ଅବସରେ ସ୍ୱାଧୀନତା ପାଇଁ ମହାମନୀଷୀଙ୍କ ବଳିଦାନର ଡକୁମେଣ୍ଟରୀ ପ୍ରଦର୍ଶନ କରାଯାଇ ଥିଲା। ଅହିଂସା ରଥକୁ ସ୍ବାଗତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ପରିଚାଳନା କରିଥିଲେ। ସେହିପରି ବୁଧବାର ତୁରେକେଲା ବୋରମାଲ ପଞ୍ଚାୟତର କଦଳିପଡ଼ା ଛକ ନିକଟରେ ବିଡିଓ ଦେବାଶିଷ ସାମଲଙ୍କ ଉପସ୍ଥିତିରେ କଣ୍ଟାବାଞ୍ଜି ତହସିଲଦାର ସମୀର ବେହେରା, ବୋରମାଲ ସରପଞ୍ଚ ଜଗନ୍ନାଥ ନାଗ ଚଟୁ, ଅନକା ଜିପି ସରପଞ୍ଚଙ୍କ ସହ ଅଙ୍ଗନବାଡି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠି ତରଫରୁ ସ୍ୱାଗତ କରିଥିଲେ। ପରେ ଅହିଂସା ରଥକୁ ତୁରେକେଲା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ସରପଞ୍ଚ ଜଳନ୍ଧର ମହାକୁଡ଼, ବିଡିଓ ଦେବାଶିଷ ସାମଲ, ଜିପିଓ ଗୋବିନ୍ଦ ଭୋଇ, ସାମାଜିକ ସୁରକ୍ଷା ଅଧିକାରୀ ହେମାନନ୍ଦ ବିଶ୍ୱାଳ, ଓଏଲାମ ନୀଳମାଧଵ ସାହୁ, ଶତାଧିକ ମହିଳା, ଶିଶୁ ବିକାଶ ପ୍ରକଳ୍ପ କର୍ମଚାରୀ,ଶିକ୍ଷକ, ବୁଦ୍ଧିଜୀବି ଓଶତାଧିକ ଜନସାଧାରଣ ସ୍ୱାଗତ କରିଥିଲେ।
Comments are closed.