www.samajalive.in
Sunday, December 14, 2025
26.1 C
Bhubaneswar

ରାଜ୍ୟର ବିଭିନ୍ନ ଜିଲା ପରିକ୍ରମା କରୁଛି ‘ଅହିଂସା ରଥ’ ମିଳୁଛି ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀଙ୍କ ବାର୍ତ୍ତା ତଥା ଗାନ୍ଧିଜୀଙ୍କ ଅହିଂସା ଓ ଶକ୍ତି, ଜନସାଧରଣଙ୍କଠାରେ ଦେଶପ୍ରେମର ନିଦର୍ଶନ ସୃଷ୍ଟି କରବା ଉଦ୍ଦେଶ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ‘ଅହିଂସା ରଥ’ ସମସ୍ତ ରାଜ୍ୟ ପରିକ୍ରମା କରିବା ପରିପ୍ରେକ୍ଷୀରେ ଆଜି ଅନୁଗୋଳ ଓ ନୟାଗଡ଼ର ବିଭିନ୍ନ ସ୍ଥାନ ପରିକ୍ରମା କରିଛି।
ସୂଚନାଯୋଗ୍ୟ ଯେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦି କା ଅମୃତ ମହୋତ୍ସବ ଅବସରରେ ୧୫ ଅଗଷ୍ଟରୁ ୨ ଅକେଫାବର ପର୍ଯ୍ୟନ୍ତ ସ୍ୱାଧୀନତାର ସ୍ମାରକୀ ବହନ କରୁଥିବା ୪ ଗୋଟି ‘ଅହିଂସା ରଥ’ ସାରା ରାଜ୍ୟରେ ପରିକ୍ରମା କରି ଆମ ରାଜ୍ୟର ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନାଦର୍ଶର ବାର୍ତ୍ତା ପ୍ରଚାର କରିବ।
ଏହି ଉପଲକ୍ଷେ ଆଜି ନୟାଗଡ଼ ଅତିକ୍ରମ କରୁଥିବା ଅହିଂସା ରଥକୁ ନୟାଗଡ଼ର ଜେମାଦେଈପୁର, ଲାଠିପଡ଼ା, ଇଟାଭାଟି, ବାଲୁଗାଁ, ନୁଆଗାଁ, ଭାପୁର, ଖଣ୍ଡପଡ଼ା, କଣ୍ଟିଲୋ, ଗଣିଆ ଏବଂ ଦଶପଲ୍ଲା ଆଦି ପ୍ରତ୍ୟେକ ସ୍ଥାନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସେ୍ୱଚ୍ଛାସେବୀ ଅନୁଷ୍ଠାନ, ବିଦ୍ୟାଳୟର ଛାତ୍ରଛାତ୍ରୀ, ଜିଲା ପରିଷଦ ସଭ୍ୟ, ବ୍ଲକ୍‌ ଅଧ୍ୟକ୍ଷ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସରପଞ୍ଚ ଏବଂ ଜିଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ରହି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ନୟାଗଡ଼ର ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଏବଂ ସଂସ୍କୃତି ଅଧିକାରୀ କାର୍ଯ୍ୟସୂଚୀ ଅନୁଯାୟୀ ଅହିଂସା ରଥର ପରିକ୍ରମା କାର୍ଯ୍ୟକୁ ସୁରୁଖୁରୁରେ ପରିଚାଳିତ କରିଥିଲେ। ପ୍ରତ୍ୟେକ ରହଣିସ୍ଥାନରେ ଭିଡ଼ିଓ ପ୍ରଦର୍ଶନ ଏବଂ ଦେଶପ୍ରେମ ସଂଗୀତ ଗାନ ଅପୂର୍ବ ଦେଶପ୍ରେମର ପରିବେଶ ସୃଷ୍ଟି କରିଥିଲା।

ସେହିପରି ଅନୁଗୋଳର ହଣ୍ଡପା, ଦୁର୍ଗାପୁର, ଛେଣ୍ଡିପଦା, ପାଟପଡ଼ା, ପବିତ୍ରନଗର ଆଦି ସ୍ଥାନ ଅତିକ୍ରମ କରିବା ସମୟରେ ‘ଅହିଂସା ରଥ’କୁ ସ୍ଥାନୀୟ ଜନସାଧାରଣ, ସ୍ୱୟଂ ସହାୟକ ଗୋଷ୍ଠୀ, ସରପଞ୍ଚ, ଜିଲା ପରିଷଦ ସଭ୍ୟ, ସମିତି ସଭ୍ୟ, ବ୍ଲକ୍‌ ଅଧ୍ୟକ୍ଷ ଏବଂ ଜିଲା ପ୍ରଶାସନର ଅଧିକାରୀମାନଙ୍କ ଦ୍ୱାରା ଉଚ୍ଛ୍ୱ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହିସବୁ ସ୍ଥାନରେ ଭିଡ଼ିଓ ମାଧ୍ୟମରେ ଦେଶାତ୍ମବୋଧକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯିବା ସହ ସ୍କୁଲ ପିଲାମାନେ ଦେଶାତ୍ମବୋଧକ ସଂଗୀତ ଗାନ କରିଥିଲେ।
ଏହି ‘ଅହିଂସା ରଥ’ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ପ୍ରଚାରିତ ହୋଇଛି । ଗାନ୍ଧିଜୀଙ୍କ କ୍ଷମା, ଦୟା ଏବଂ ମାନବିକତାର ମୂଲ୍ୟବୋଧ ପ୍ରତି ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ ରହିଥିବାବେଳେ ଅହିଂସା ମାଧ୍ୟମରେ ସାରା ଜଗତକୁ ବଶ କରାଯାଇପାରିବ ବୋଲି ସେ ତାଙ୍କ ବାର୍ତ୍ତାରେ କହିଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories