ପୁରୀ ଜିଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ଆଉ ୨ଦିନ ସ୍କୁଲ ଛୁଟି
ପୁରୀ: ପୁରୀ ଜିଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ଆଉ ୨ ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଅଗଷ୍ଟ ୨୨ ଓ ୨୩ ତାରିଖ ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍କୁଲ ବନ୍ଦ ରହିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ରବିବାର ସୂଚନା ଦେଇଛନ୍ତି। ଯେଉଁ ଅଞ୍ଚଳଗୁଡ଼ିକ ପାଣି ଘେରରେ ରହିଛି, ସେଠାକାର ସ୍କୁଲଗୁଡ଼ିକର ଛୁଟି ଆଉ ୨ ଦିନ ବୃଦ୍ଧି କରାଯାଇଛି। ଅପରପକ୍ଷେ, ଅନ୍ୟ ବନ୍ୟା ପ୍ରଭାବିତ ଜିଲାରେ ଛୁଟି ନେଇ ଜିଲାପାଳ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାଶ।
ସୂଚନାଯୋଗ୍ୟ, ପୂର୍ବରୁ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁରୀ ଜିଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା।
Comments are closed.