www.samajalive.in
Wednesday, December 10, 2025
16.1 C
Bhubaneswar

ବଲାଙ୍ଗୀର ଓ ବରଗଡ଼ ଜିଲାରେ ‘ଅହିଂସା ରଥ’,ବିଭିନ୍ନ ସ୍ଥାନରେ ଭବ୍ୟ ସ୍ୱାଗତ-ସମ୍ବର୍ଦ୍ଧନା

ଭୁବନେଶ୍ୱର: ସ୍ୱାଧୀନତାର ସଂଦେଶ ତଥା ମହାତ୍ମା ଗାନ୍ଧୀଙ୍କ ସତ୍ୟ, ଶାନ୍ତି ଓ ଅହିଂସା ମହାମନ୍ତ୍ରରେ ରାଜ୍ୟବାସୀଙ୍କୁ ଉଦ୍‌ବୁଦ୍ଧ କରିବା ଉଦ୍ଦେଶ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରାୟୋଜିତ ‘ଅହିଂସା ରଥ’ ଆଜି ବଲାଙ୍ଗୀର ଓ ବରଗଡ଼ ଜିଲାର ବିଭିନ୍ନ ସ୍ଥାନ ପରିକ୍ରମା କରିଛି।
ଆଜି ଅହିଂସା ରଥକୁ ବଲାଙ୍ଗୀର ଜିଲ୍ଲାର ବୈରାସରଠାରେ ଅତିରିକ୍ତ ଜିଲ୍ଲାପାଳ (ଜେନେରାଲ) ଲମ୍ବୋଦର ଧାରୁଆ ଏବଂ ଅତିରିକ୍ତ ଜିଲ୍ଲାପାଳ (ରେଭେନୁ୍ୟ) ମହେନ୍ଦ୍ର ମହାପାତ୍ର, ଜିଲା ପରିଷଦର ସିଡିଓ ତଥା ଇଓ ସୁଶାନ୍ତ ସିଂ, ବିଡ଼ିଓ ପୁଇଁନ୍ତଳା ଯୁଧିଷ୍ଠିର ନାଏକ, ଉପଜିଲାପାଳ କୁମାର ନାଗଭୂଷଣ ଏବଂ ପଞ୍ଚାୟତ ସମିତି ସଭ୍ୟ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ଛାତ୍ରଛାତ୍ରୀମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟଠାରେ ଅହିଂସା ରଥ ପହଞ୍ଚିବା ପରେ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର, ମୁନିସିପାଲିଟିର ସମସ୍ତ କାଉନ୍‌ସିଲର, ମହିଳା ମହାବିଦ୍ୟାଳୟର ପ୍ରିନ୍‌ସିପାଲ୍‌, ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ମୁନିସିପାଲିଟିର ଅଧ୍ୟକ୍ଷା ଲିକା ସାହୁ ଉପସ୍ଥିତ ରହି ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ସେଠାରେ ବିଭିନ୍ନ ଦେଶାତ୍ମବୋଧକ କାର୍ଯ୍ୟକ୍ରମ ପରିବେଷଣ ପରେ ପିପି ଏକାଡେମୀ ବଲାଙ୍ଗୀରଠାରେ ରଥକୁ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ଜିଲା ପରିଷଦ ସଭାପତି ଦେବକୀ ସାହୁ, ଜିଲାପାଳ ଚଞ୍ଚଳ ରଣା ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସାମାଜିକ ସଂଗଠନର କର୍ମକର୍ତ୍ତା ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ବୁଣାକାରମାନଙ୍କୁ ଚରଖା ବଣ୍ଟନ ସହିତ ଦେଶାତ୍ମବୋଧକ କାର୍ଯ୍ୟକ୍ରମ ଓ ସଭା ଅନୁଷ୍ଠିତ ହୋଇଥିଲା। କୁରୁଲ ଉଚ୍ଚବିଦ୍ୟାଳୟ ଏବଂ ପୁଇଁତଳା ବ୍ଲକ୍‌ର ମହିମୁଣ୍ଡା ଗ୍ରାମରେ ସ୍ୱାଗତ ସମ୍ବର୍ଦ୍ଧନା ସହ ଲୋଇସିଂହା ମହାବିଦ୍ୟାଳୟଠାରେ ବିଧାୟକ ଡକଫର ମୁକେଶ ମହାଲିଙ୍ଗ, ବିଡ଼ିଓ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଅହିଂସା ରଥକୁ ସ୍ୱାଗତ ଜଣାଇଥିଲେ। ସେହିପରି ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ୍‌ର ଦାଶମିଲେ ଏବଂ ସ୍ୱାଧୀନତା ସଂଗ୍ରାମୀ ଗ୍ରାମ ପାନିମୋରା, ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ଗ୍ରାମ ସମଲେଇପଦରଠାରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେଠାରେ ବିଭିନ୍ନ ଦେଶାତ୍ମବୋଧକ କାର୍ଯ୍ୟକ୍ରମ, ଭିଡ଼ିଓ ସୋ ଆୟୋଜିତ ହୋଇଥିବାବେଳେ ବହୁସଂଖ୍ୟାରେ ଛାତ୍ରଛାତ୍ରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଜନସାଧାରଣ ଉପସ୍ଥିତ ରହି ସ୍ୱାଧୀନତାର ଉଚ୍ଛ୍ୱାସକୁ ଉପଭୋଗ କରିଥିଲେ। ବରଗଡ଼ ମୁନିସିପାଲିଟିଠାରେ ଅହିଂସା ରଥକୁ ସ୍ୱାଗତ ଉପଲକ୍ଷେ ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ଉପରେ ପର୍ଯ୍ୟବେଷିତ ଡ୍ରାମା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଅହିଂସା ରଥ ଆଜି ଉଭୟ ଜିଲାର ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସମୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସ୍ଥାନୀୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ଅହିଂସା ରଥ ଦ୍ୱାରା ପ୍ରସାରିତ ଭିଡ଼ିଓ ବାର୍ତ୍ତା ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଅନୁପ୍ରାଣିତ କରୁଛି।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories