www.samajalive.in
Thursday, December 11, 2025
23.1 C
Bhubaneswar

ବାଜପେୟୀଙ୍କ ଶ୍ରଦ୍ଧାଞ୍ଜଳି ପାଇଁ ଯିବାବେଳେ ଅଗ୍ନିବେଶଙ୍କୁ ମାଡ଼

ନୂଆଦିଲ୍ଲୀ : ସ୍ଥାନୀୟ ଦିନଦୟାଲ ଉପାଧ୍ୟୟ ମାର୍ଗଠାରେ ଶୁକ୍ରବାର ସ୍ୱାମୀ ଅଗ୍ନିବେଶଙ୍କ ଉପରେ ପୁନଃ ଆକ୍ରମଣ ହୋଇଛି। ଦିବଙ୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳୀ ଦେବାକୁ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟକୁ ଯିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଠେଲାପେଲା କରିବା ସହିତ ମାଡ଼ ମାରିଛନ୍ତି। ଏପରିକି ଅଗ୍ନିବେଶ ଚାଲିଚାଲି ଯାଉଥିବା ବେଳେ ଜଣେ ମହିଳା ତାଙ୍କ ନିକଟକୁ ଆସି ଚପଲରେ ମାଡ଼ ମାରୁଥିବାର ଏକ ଭିଡ଼ିଓରେ ଦେଖିବାକୁ ମିଳିଛି। କିଛି ଲୋକ ‘ଭାରତ ମାତା କି ଜୟ’ ଏବଂ ‘ଦେଶଦ୍ରୋହୀ ଫେରିଯାଅ’ ବୋଲି ସ୍ଲୋଗାନ ଦେଉଥିବା ଶୁଣିବାକୁ ମିଳିଥିଲା। ଏକମାସ ପୂର୍ବେ ଝଡ଼ଖଣ୍ଡର ପାକୁରଠାରେ ଅଗ୍ନିବେଶ୍‍ଙ୍କୁ କିଛି ଲୋକ ମାଡ଼ ମାରିଥିଲେ। ତେବେ ତାଙ୍କ ଉପରେ ଲୋକଙ୍କର କ୍ରୋଧର କାରଣ ସେ ଜାଣନ୍ତି ନାହିଁ ବୋଲି ଅଗ୍ନିବେଶ କହିଛନ୍ତି। ଏହାର ତଦନ୍ତ ପାଇଁ ସେ ପୁଲିସକୁ ନିବେଦନ କରିଛନ୍ତି।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories