www.samajalive.in
Wednesday, December 10, 2025
23.1 C
Bhubaneswar

ମୋମୋ ଚ୍ୟାଲେଞ୍ଜ ନେଲା ଆଉ ୨ମୁଣ୍ଡ

କଲକାତା: ମୋମୋ ଚ୍ୟାଲେଞ୍ଜରେ ପଶ୍ଚିମବଙ୍ଗର ଦୁଇ ଜଣ ଆତ୍ମହତ୍ୟା କରିବା ଘଟଣା ସମଗ୍ର ରାଜ୍ୟର ଗୁଇନ୍ଦା ବିଭାଗକୁ ଚଳଚଞ୍ଚଳ କରିଦେଇଛି। ରାଜ୍ୟର ସମସ୍ତ ପୁଲିସ ଥାନାଠାରୁ ଆରମ୍ଭ କରି ଶିକ୍ଷାସଂସ୍ଥାନକୁ ମୋମୋ ଚ୍ୟାଲେଞ୍ଜ ସମ୍ପର୍କରେ ସଚେତନ ରହିବାକୁ ନିର୍ଦେଶ ଦେବା ସହ ମୁଖ୍ୟତଃ ଛାତ୍ରଛାତ୍ରୀଙ୍କ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି। ବ୍ଲୁ ହ୍ୱେଲ ଚ୍ୟାଲେଞ୍ଜ ପରେ ସମ୍ପ୍ରତି ମୋମୋ ଚ୍ୟାଲେଞ୍ଜ ବିଦେଶରୁ ଏବେ ଭାରତରେ ନିଜ କାୟା ବିସ୍ତାର କରିବାକୁ ଆରମ୍ଭ କରିଛି। ହ୍ୱାଟ୍ସଆପ ଦ୍ୱାରା ଏହି ଖେଳରେ ଜଣେ ଅନ୍ୟ ଜଣଙ୍କୁ ଚ୍ୟାଲେଞ୍ଜ କରି ଏହି ଖେଳ ଖେଳାଯାଉଛି। ଏଭଳି ଏକ ଖେଳ ଯାହାର ଶେଷ ପରିଣାମ ମୃତ୍ୟୁ।
ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲାର କୁର୍ସିୟଂ ଅଞ୍ଚଳର ମନୀଷ ସାର୍କୀ(୧୮) ଅଗଷ୍ଟ ୧୦ରେ ଏହି ଚ୍ୟାଲେଞ୍ଜ ଗ୍ରହଣ କରି ଶେଷରେ ଆତ୍ମହତ୍ୟା କରିଥିବାବେଳେ ଠିକ ଏହାର ପରଦିନ ଆଦିତି ଗୋୟେଲ(୨୬) ନାମକ ଜନୈକା ଯୁବତୀ ମଧ୍ୟ ଅତ୍ମହତ୍ୟା କରିଛନ୍ତି। ଉଭୟଙ୍କ ମୋବାଇଲ ଓ ଶାରିରୀକ ଚିହ୍ନକୁ ତର୍ଜମା କରି ଉଭୟଙ୍କ ମୃତ୍ୟୁ ମୋମୋ ଚ୍ୟାଲେଞ୍ଜ ପାଇଁ ଘଟିଥିବା ପୁଲିସ ପ୍ରମାଣ ପାଇଛି।
ଅଗଷ୍ଟ ୨୧ରେ ଜଲପାଇଗୁଡ଼ିର କବିତା ରାଇଙ୍କ ହ୍ୱାଟ୍ସଆପରେ ଏଭଳି ଚ୍ୟାଲେଞ୍ଜ ଆସିବା ପରେ ଏ ସମ୍ପର୍କରେ ସେ ସ୍ଥାନୀୟ ପୁଲିସକୁ ଜଣାଇ ଥିଲେ। ଏହି ଚ୍ୟାଲେଞ୍ଜ ମୁଖ୍ୟତଃ କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗଙ୍କ ପାଖରେ ପହଞ୍ôଚବାରେ ଲାଗିଛି। ପଶ୍ଚିମବଙ୍ଗର ମିଦନାପୁର, ଜଲପାଇଗୁଡ଼ି ଏପରିକି କଲକାତାରେ ମଧ୍ୟ ଅନୁରୂପ ଚ୍ୟାଲେଞ୍ଜ ତୀବ୍ର ବେଗରେ ବ୍ୟାପୀବାରେ ଲାଗିଛି। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଯୁବାବର୍ଗଙ୍କୁ ଏଥି ନିମନ୍ତେ ସଚେତନ କରାଇବା ଏକ ଚ୍ୟାଲେଞ୍ଜରେ ପରିଣତ ହୋଇଛି।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories