www.samajalive.in
Wednesday, December 10, 2025
16.1 C
Bhubaneswar

ଜୁନ-୫ ପରେ ନୂଆ ପରୀକ୍ଷା ସୂଚୀ ଜାରି କରିବ ୟୁପିଏସସି

ନୂଆଦିଲ୍ଲୀ : କୋଭିତ- ୧୯ ମହାମାରୀ କାରଣରୁ ଦେଶବ୍ୟାପୀ ଲାଗୁ ହୋଇଥିବା କଟକଣାର ତୃତୀୟ ପର୍ୟ୍ୟାୟ ପରେ ଉତ୍ପନ୍ନ ହୋଇଥିବା ସ୍ଥିତିର ସମୀକ୍ଷା ଲାଗି ବୁଧବାର କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସସି)ର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଅନେକ କଟକଣା ଜାରି ରହିଥିବା କାରଣରୁ ଆୟୋଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା ଯେ, ବର୍ତ୍ତମାନ ସମୟରେ ପରୀକ୍ଷା ଓ ସାକ୍ଷାତକାର ଆରମ୍ଭ କରିବା ସମ୍ଭବ ହେବ ନାହିଁ ।

ତେବେ କେନ୍ଦ୍ର ସରକାର ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ଵାରା କ୍ରମାଗତ ଭାବେ ଘୋଷଣା କରାଯାଉଥିବା କଟକଣା କୋହଳକୁ ଦୃଷ୍ଟିରେ ରଖି ଆୟୋଗ ପକ୍ଷରୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ସରିବା ପରେ ପୁଣିଥରେ ଏକ ସ୍ଥିତି ସମୀକ୍ଷା ବୈଠକ ଆୟୋଜନ ଲାଗି ନିଷ୍ପତ୍ତି ନେଇଛି। ଗତ ଦୁଇ ମାସର ଅବଧି କାଳରେ ସ୍ଥଗିତ ହୋଇଥିବା ବିଭିନ୍ନ ପରୀକ୍ଷା ଓ ସାକ୍ଷାତକାର ପ୍ରାର୍ଥୀମାନଙ୍କୁ ସ୍ପଷ୍ଟ ସୂଚନା ଦେବା ଲାଗି ଜୁନ-୫ରେ ନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ବୈଠକରେ ପରୀକ୍ଷାର ସଂଶୋଧଧିତ ସାରଣୀ ଜାରି କରାଯିବ । ପରୀକ୍ଷା ସହ ଜଡ଼ିତ ନୂଆ କାର୍ୟ୍ୟକ୍ରମର ବିବରଣୀ ଆୟୋଗର ପରବର୍ତ୍ତୀ ବୈଠକ ପରେ ୟୁପିଏସସିର ୱେବସାଇଟରେ ଜାରି କରାଯିବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories