www.samajalive.in
Monday, December 8, 2025
24.1 C
Bhubaneswar

ସୁନ୍ଦରବନରେ ଭୂଇଁ ଛୁଇଁଲା ’ଅମ୍ପନ’: ପଶ୍ଚିମବଙ୍ଗରେ ୪ ମୃତ

କଲକତା : ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗର ସୁନ୍ଦରବନରେ ଭୂଇଁ ଛୁଇଁଛି ସାମୁଦ୍ରିକ ଝଡ଼ ‘ଅମ୍ପନ’ । ସୁନ୍ଦରବନରେ ଭୂମିପାତ ପୂର୍ବରୁ ବାଟରେ ଯାହା ପାଇଛି ତାହାକୁ ମୋଡ଼ି ଦଳି ଏହି ସାମୁଦ୍ରିକ ଝଡ଼ ଗର୍ଭସ୍ଥ କରିଛି । ଓଡ଼ିଶାର ଭଦ୍ରକ ଓ ବାଲେଶ୍ବର ଜିଲାରେ ପ୍ରଳୟ ସୃଷ୍ଟି କରିବା ପରେ ୧୨୦ରୁ ୧୩୦ କିଲୋମିଟର ବେଗରେ କଲକତା ଅତିକ୍ରମ କରିଛି । ଏହାର ପ୍ରଭାବରେ କଲକତା ସହର ଓ ଏହାର ଆଖପାଖ ଅଞ୍ଚଳ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି ।

- Advertisement -

ସୂଚନା ଅନୁସାରେ ଅମ୍ପନ ଯୋଗୁଁ ପଶ୍ଚିମବଙ୍ଗରେ ସନ୍ଧ୍ୟା ସୁଦ୍ଧା ୪ ଜଣଙ୍କର ମୃତ୍ୟୁ ଘଟିଛି । ହଜାର ହଜାର ଗଛ, ବିଜୁଳି ଖୁଣ୍ଟ ଉପୁଡ଼ି ପଡ଼ିଛି । ମଧ୍ୟରାତ୍ରି ପର୍ଯ୍ୟନ୍ତ ଅମ୍ପନ ଏପରି ତାଣ୍ଡବ ସୃଷ୍ଟି କରିବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି ।

ଆଜି ସନ୍ଧ୍ୟାରେ ଅମ୍ପନ ଲ୍ୟାଣ୍ତଫଲ କରିବା ବେଳେ ପବନର ଘଣ୍ଟାପ୍ରତି ବେଗ ୧୫୫ରୁ ୧୬୫ କିମି ଥିଲା ଓ ବେଳେବେଳେ ଏହା ୧୮୫ କିମି ଛୁଇଁଥିଲା। ଏହାଦ୍ୱାରା ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ଓ ହୁଗୁଳି ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି।

ଏହାପରେ ଅମ୍ପନ ପଶ୍ଚିମବଙ୍ଗ ସୀମାନ୍ତ ଅତିକ୍ରମ କରି ବାଂଲାଦେଶରେ ପ୍ରବେଶ କରିବ । ଅବଶ୍ୟ ଭୂଭାଗ ସ୍ପର୍ଶ କରିବା ପରେ ଏହାର ଗତି ହ୍ରାସ ପାଇଛି ଏବଂ ବାଂଲାଦେଶରେ ପ୍ରବେଶ ବେଳକୁ ଏହାର ସର୍ବାଧିକ ଗତି ୮୦ କିଲୋମିଟର ମଧ୍ୟରେ ରହିବ ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories