ନୂଆଦିଲ୍ଲୀ: ପକିସ୍ତାନର ଆଉ ଏକ ମିଛ ପଦାରେ ପଡିଛି । ଭାରତର ଦ୍ବିତୀୟ ସର୍ଜିକାଲ ଷ୍ଟ୍ରାଇକରେ କୌଣସି ଆତଙ୍କବାଦୀ ପ୍ରାଣ ହରାଇ ନ ଥିବା ପାକିସ୍ତାନ ବାରମ୍ବାର ଦାବି କରୁଥିବା ବେଳେ ଉର୍ଦ୍ଦୁ ଗଣମାଧ୍ୟମ ଏହାକୁ ମିଛ ବୋଲି ପ୍ରମାଣ କରିଛି । ଖବର ମୁତାବକ ବାଲାକୋଟରୁ କିଛି ଆତଙ୍କବାଦୀଙ୍କ ମୃତଦେହ ଖୈବରର ପଖତୁନଖ୍ବା ଏବଂ ପାକିସ୍ତାନର କବାୟଲୀ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଛି । ସୋସିଆଲ ମିଡିଆରେ ସେୟାର ହୋଇଥିବା ଏକ ଭିଡିଓରୁ ତାହା ସ୍ପଷ୍ଟ ହୋଇଛି । ଭିଡିଓରେ ପାକ୍ ସେନା ଅଧିକାରୀ ମୃତକଙ୍କ ପରିବାରକୁ ଆଶ୍ୱସନା ଦେଉଥିବା ଦେଖିବାକୁ ମିଳିଛି ।
ଆମେରିକାରେ ରହୁଥିବା ଏବଂ ପାକିସ୍ତାନର ଗିଲଗିତ ଅଞ୍ଚଳ ସହ ସମ୍ପର୍କ ରଖିଥିବା ସେଙ୍ଗେ ହସନାନ ସେରିଙ୍ଗ ଏହି ଭିଡିଓକୁ ଟୁଇଟରେ ସେୟାର କରି ଲେଖିଛନ୍ତି ଯେ, ଭାରତର ବାୟୁସେନା ଆକ୍ରମଣରେ ୨୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ପାକ୍ ସେନା ଅଧିକାରୀ ଏହା ସ୍ବୀକାର କରିଛନ୍ତି । ସମାଚାର ଏଜେନ୍ସିକୁ ସେଙ୍ଗେ ହସନାନ ସେରିଙ୍ଗ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହି ଭିଡିଓରେ ସତ୍ୟାସତ୍ୟ ରହିଛି କି ନାହିଁ ତାହା ମୋତେ ଜଣାନାହିଁ । କିନ୍ତୁ ବାଲାକୋଟରେ ହୋଇଥିବା ଅକ୍ରମଣ ସମ୍ପର୍କରେ ପାକିସ୍ତାନ ନିଶ୍ଚିତ କିଛି ମହତ୍ତ୍ବପୂର୍ଣ୍ଣ ତଥ୍ୟ ଲୁଚାଇବାକୁ ଚାହୁଛି ।
ସୂଚନାଯୋଗ୍ୟ, ଭାରତର ଦ୍ବିତୀୟ ସର୍ଜିକାଲ ଷ୍ଟ୍ରାଇକ ପରେ ପାକିସ୍ତାନ ଲଗାତର ଭାବେ କହିଥିଲା ଯେ, ଭାରତୀୟ ବାୟୁସେନା ଆକ୍ରମଣ କରିଛି। କିନ୍ତୁ ଏଥିରେ ପାକିସ୍ତାନର କିଛି କ୍ଷତି ହୋଇନାହିଁ । ଏଥିରେ କେବଳ ଜଙ୍ଗଲ ଓ ଚାଷ ଜମି ନଷ୍ଟ ହୋଇଛି ।



