www.samajalive.in
Thursday, December 11, 2025
16.1 C
Bhubaneswar

ଯାହାକୁ ରଖିବେ ଅନନ୍ତ…….  ହୃଦ୍ ରୋପଣ ପରେ ନୂଆ ଜୀବନ ପାଇଲା ବାଦଲ

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ବଡଜାମୁପଶି ପଂଚାୟତ କୁଣ୍ଡାପିଠା ଗ୍ରାମର ରବିନ୍ଦ୍ର ପଇଦାଙ୍କ ପୁଅ ବାଦଲ ପଇଦା(୧୩)ର ହାଓଡାର ନାରାୟଣ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରେ ସଫଳ ହୃଦ୍ ରୋପଣ ହେବାପରେ ବାଦଲକୁ ନୂଆ ଜୀବନ ମିଳିଛି । ସୂଚନା ଯୋଗ୍ୟ ଯେ ଷଷ୍ଠ ଶ୍ରେଣୀରେ ପଢୁଥିବା ସମୟରେ ବାଦଲର ହୃଦ୍ ରୋଗ ସମସ୍ୟା ଥିବାରୁ ତାକୁ ପ୍ରଥମେ ଘଟଗାଁ ମେଡିକାଲର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡକ୍ଟର ମୁକ୍ତିକାନ୍ତ ନାୟକଙ୍କ ପରାମର୍ଶ କ୍ରମେ ପ୍ରଥମେ କେନ୍ଦୁଝର ଓ ପରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । କିଛି ଚିକିତ୍ସା ପରେ ଅର୍ଥାଭାବରୁ ରବିନ୍ଦ୍ର ନିଜ ପୁଅ ବାଦଲକୁ ଘରକୁ ଫେରାଇ ଆଣିଥିଲେ । ଏପରିକି ‘ସମାଜ’ ରିଲିଫ୍ ଫଣ୍ଡରୁ ରବିନ୍ଦ୍ର ପଇଦାଙ୍କୁ ଏହି ପ୍ରତିନିଧିଙ୍କ ଜରିଆରେ ୫ହଜାର ଟଙ୍କାର ସାହାଯ୍ୟ ପ୍ରଦାନ କରାଯାଇଥିଲା । ତେବେ ନିକଟରେ ଘଟଗାଁ ମେଡିକାଲ ଅଧିକାରୀ ଡକ୍ଟର ମୁକ୍ତିକାନ୍ତ ନାୟକଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରୀୟ ବାଲ ସୁରକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଗତ ପରିବାରକୁ ମାଗଣା ଚିକିତ୍ସା ପାଇଁ କୁହାଯାଇ ବାଦଲକୁ ହାଓଡାର ନାରାୟଣ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ପଠାଯାଇଥିଲା । ସୌଭାଗ୍ୟ କ୍ରମେ ପଶ୍ଚିମବଙ୍ଗର ଜଣେ ବ୍ରେନ୍ ଡେଡ୍ ଯୁବକ ଅଙ୍ଗଦାନ କରିଥିବାରୁ ଯୁବକଙ୍କ ଦୃଦୟକୁ ସଂଗ୍ରହ କରାଯାଇ ବାଦଲଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି। ଯାହା ଫଳରେ ବାଦଲକୁ ନୂଆ ଜୀବନ ମିଳିବା ସହ ରବିନ୍ଦ୍ର ପଇଦାଙ୍କ ମୁହଁରେ ହସ ଫେରାଇ ଆଣିଛି ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories