ଆଡପ ମଣ୍ଡପକୁ ବିଜେ କରିବେ ଦାରୁଦିଅଁ

ପୁରୀ : ଅନୁକୂଳ ପାଗ ଓ ସଅଳ ନୀତିକାନ୍ତି ଯୋଗୁଁ ଗୁରୁବାର ସଞ୍ଜ ନଇଁବା ପୂର୍ବରୁ ସରଧାବାଲିରେ ପହଞ୍ଚି ସାରିଥିଲେ ତିନି ରଥ । ରଥ ଉପରେ ସାରା ରାତି ଭକ୍ତଙ୍କୁ ଦର୍ଶନ ଦେବା ପରେ ଆଜି ଅଥାତ୍ ଶୁକ୍ରବାର ଆଡପ ମଣ୍ଡପକୁ ବିଜେ କରିବେ ଦାରୁଦିଅଁ । ରଥ ଉପରେ ଠାକୁରଙ୍କ ସନ୍ଧ୍ୟାଧୂପ ସରିବା ପରେ ଚତୁର୍ଦ୍ଧାବିଗ୍ରହ ଗୋଟି ପହଣ୍ଡିରେ ଯାଇ ଆଡପମଣ୍ଡପ ତଥା ଜନ୍ମବେଦିରେ ବିଜେ କରିବେ ।  ଜନ୍ମବେଦିରେ ଦାରୁଦିଅଁ ଶନିବାରଠାରୁ ଭକ୍ତଙ୍କୁ ଦର୍ଶନ ଦେବେ ।

Comments are closed.