www.samajalive.in
Saturday, December 6, 2025
23.1 C
Bhubaneswar

ସଡ଼କ ଦୁର୍ଘଟଣାରେ ସାଉଥ୍‌ ଅଭିନେତାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ସିନେଜଗତରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସହକାରୀ ନିର୍ଦେଶକ ତଥା ଅଭିନେତା ସରନ ରାଜ୍‌ଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗୁରୁବାର ରାତିରେ ଏକ କାର୍‌ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। କୁହାଯାଉଛି ଯେ, ପଲାନିଅପ୍ପନ ନାମକ ଅନ୍ୟ ଜଣେ ସହକଳାକାର ସରନ ରାଜଙ୍କ ବାଇକକୁ କାରରେ ଧକ୍କା ଦେଇଥିଲେ। ଫଳରେ ସରନ ରାଜ୍‌ଙ୍କ ମୃତ୍ୟୁ ଘଟିଛି। ତେବେ ପଲାନିଅପ୍ପନଙ୍କୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ପଲାନିଅପ୍ପନ ମଦ୍ୟପାନ କରି କାର ଚଳାଉଥିଲେ। ବୁଧବାର ରାତି ୧୧.୩୦ରେ ଏହି ଦୁର୍ଘଟଣା ଘଟିଛି। ୨୯ ବର୍ଷର ସରନ୍ ରାଜ ମଦୁରଭୋୟଲର ଧନଲକ୍ଷ୍ମୀ ଗଳିରେ ରହୁଥିଲେ। ସେ ରାତି ୧୧.୩୦ ସମୟରେ କେକେ ନଗରର ଆରକୋଟ ରୋଡରେ ବାଇକ ଯୋଗେ ଯାଉଥିବା ବେଳେ କାର ତାଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଅଞ୍ଚଳର ଲୋକମାନେ ତୁରନ୍ତ ପୁଲିସକୁ ଏନେଇ ସୂଚନା ଦେଇଥିଲେ। ସୂଚନାଯୋଗ୍ୟ, ଧନୁଷଙ୍କ ଅଭିନୀତ
‘ଅସୁରନ୍’ ଏବଂ ‘ଭଡା ଚେନ୍ନାଇ’ ବ୍ୟତୀତ ଅନେକ ତାମିଲ ଚଳଚ୍ଚିତ୍ରରେ ସରନ ରାଜ୍‌ ଅଭିନୟ କରିଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories