www.samajalive.in
Saturday, December 6, 2025
19.1 C
Bhubaneswar

ଗ୍ୟାଷ୍ଟ୍ରିକ ସମୟରେ ଆପଣ କରୁଛନ୍ତି କି ଏହି ଭୁଲ୍‍

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ଗ୍ୟାଷ୍ଟ୍ରିକ ଓ ଏସିଡିଟି, ବଦହଜମି ଭଳି ସମସ୍ୟା କାରଣରୁ ଖୁବ ଚିନ୍ତିତ। ଏହାକୁ ଦୂର କରିବା ପାଇଁ ଔଷଧ ସହ କେତେକ ଘରୋଇ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ମାତ୍ର ଆପଣ ଜାଣିଛନ୍ତି କି, ଗ୍ୟାଷ୍ଟ୍ରିକ ଜନିତ ସମସ୍ୟା ସମୟରେ କେଉଁ ଖାଦ୍ୟ ସେବନ କରିବା ଉଚିତ ନୁହେଁ। ଜାଣନ୍ତୁ …..
ଅନିୟମିତ ଜୀବନଶୈଳୀ ଓ ଭୁଲ ଖାଦ୍ୟପେୟ କାରଣରୁ ବର୍ତ୍ତମାନ ସମୟରେ ଗ୍ୟାଷ୍ଟ୍ରିକ ହେବା ଏକ ସମସ୍ୟା ପାଳଟି ସାରିଛି।
କିଛି ଭୁଲ ଖାଦ୍ୟପେୟ ସହ ସକାଳର ଜଳଖିଆ ନ ଖାଇବା ଗ୍ୟାଷ୍ଟ୍ରିକର ଏକ ମୁଖ୍ୟ କାରଣ ବୋଲି କୁହାଯାଏ।
ଯେଉଁମାନଙ୍କର ଗ୍ୟାଷ୍ଟ୍ରିକ ଜନିତ ସମସ୍ୟା ରହିଛି, ସେମାନେ ଆଦୌ ଚା’ ପିଇବା ଉଚିତ ନୁହେଁ। ଏହାସହ ଖାଲି ପେଟରେ ଚା’ ପିଇବା ଦ୍ୱାରା ଗ୍ୟାଷ୍ଟ୍ରିକ ଜନିତ ସମସ୍ୟା ଅଧିକ ହୋଇଥାଏ। କିଛି ଲୋକଙ୍କୁ ଛୋଲେ -ପୁରୀ ହେଉ ଅଥବା ଛଣା ତରକାରୀ ବେଶ ପସନ୍ଦ। ମାତ୍ର  ଗ୍ୟାଷ୍ଟ୍ରିକ ସମୟରେ ଖାଇବା ଉଚିତ ନୁହେଁ।
ଆପଣଙ୍କର ଗ୍ୟାଷ୍ଟ୍ରିକ ଓ କୋଷ୍ଠକାଠିନ୍ୟ ଜନିତ ସମସ୍ୟା ଅଧିକ ଥିଲେ ତେବେ ରାଜମାର ସେବନ କରନ୍ତୁ ନାହିଁ।
ଫୁଲକୋବି ଓ ସିମଲା ଲଙ୍କାରେ ପ୍ରସ୍ତୁତ ପ୍ରତ୍ୟେକ ବ୍ୟଞ୍ଜନ ଖୁବ ସ୍ୱାଦିଷ୍ଟ। ମାତ୍ର ଗ୍ୟାଷ୍ଟ୍ରିକ ସମୟରେ ଏହାର ସେବନ କରିବା ଉଚିତ ନୁହେଁ।
ଗ୍ୟାଷ୍ଟ୍ରିକ ଜନିତ ସମସ୍ୟା ସମୟରେ ଅଧିକ ସାଲାଡ ମଧ୍ୟ ଖାଆନ୍ତୁ ନାହିଁ କିମ୍ବା ଏଥିରେ ଅଳ୍ପ କଳାଲୁଣ ଓ ଜୁଆଣୀଗୁଣ୍ଡ ମିଶାଇ ଅଳ୍ପ ପରିମାଣରେ ଖାଇପାରିବେ।
ଗ୍ୟାଷ୍ଟ୍ରିକ ସମସ୍ୟା ଥିବା ବ୍ୟକ୍ତି ଉଷୁମ କ୍ଷୀର ପିଅନ୍ତୁ ନାହିଁ। କିମ୍ବା କ୍ଷୀର ଓ ପାଉଁରୁଟି ଖାଆନ୍ତୁ ନାହିଁ।

 

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories