ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ମହାନଦୀ ସେତୁ ଉପରେ ମର୍ମନ୍ତୁଦ ଦୁର୍ଘଟଣାରେ ୫ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ମିଳିଥିବା ଖବର ଅନୁଯାୟୀ ଆଜି ରାତି ପ୍ରାୟ ୨ଟା ବେଳେ ବିନିକା କଉଡ଼ଇାମୁଣ୍ଡାରେ ଏକ ବାହାଘରରେ ଯୋଗଦେଇ ବରଯାତ୍ରୀ ବୋଲେରୋରେ ଉଲୁଣ୍ଡା ବ୍ଲକ ନିମ୍ନା ଗାଁକୁ ଫେରୁଥିବା ବେଳେ ମହାନଦୀ ପୋଲ ଉପରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା।
ଦୁର୍ଘଟଣାରେ ବୋଲେରୋ ଗାଡିରେ ବସିଥିବା ୫ ଜଣଙ୍କର ମୃତ୍ୟୁ ଘଟିଥିଲା। ଗାଡିରେ ବସିଥିବା ଅନ୍ୟ ୫ ଜଣଙ୍କୁ ଗ୍ୟାସ୍ କଟର ସାହାଯ୍ୟରେ କାଟି ବାହାରକୁ ଅଣାଯାଇଥିଲା। ଗୁରୁତର ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।



