www.samajalive.in
Sunday, December 7, 2025
23.1 C
Bhubaneswar

ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୩ ମୃତ, ୪ ଗୁରୁତର

କୁର୍ଣ୍ଣୁଲ: ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲା ସ୍ଥିତ ମଦାରପୁର ଗାଁ ନିକଟରେ ରବିବାର ଏକ ବସ୍‍ ଓ ଟ୍ରକ୍‍ ମଧ୍ୟରେ ଧକ୍କା ହେବା ଫଳରେ ୮ ମହିଳା ଓ ଜଣେ ଶିଶୁ ସମେତ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହିତ ୪ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।


ସ୍ଥାନୀୟ ପୁଲିସର ସୂଚନା ଅନୁସାରେ, ବସରେ ୧୭ ଜଣ ଯାତ୍ରୀ ଥିଲେ। ଚାଳକ ସମେତ ୧୩ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ବସ୍‍ଟି ଚିତ୍ତୁର ଜିଲାରୁ ରାଜସ୍ଥାନର ଅଜମେର ଅଭିମୁଖେ ଯାଉଥିଲା। ଦୁର୍ଘଟଣାରେ ବସ୍‍ଟି ସମ୍ପୂର୍ଣ୍ଣ ଓଲଟି ପଡ଼ିଥିଲା। ବସ୍‍ରୁ ମୃତଦେହଗୁଡ଼ିକୁ ବାହାର କରିବା ପାଇଁ ପୁଲିସକୁ ଖୁବ୍‍ କସରତ କରିବାକୁ ପଡ଼ିଛି। କିଛି ମୃତଦେହର ଅବସ୍ଥା ଏପରି ହୋଇଛି ଯେ, ତାକୁ ଚିହ୍ନଟ କରିବା କଷ୍ଟକର। ଦୁର୍ଘଟଣା ପରେ ଉକ୍ତ ରାସ୍ତାରେ ଯାତାୟତ ଠପ୍‍ ହୋଇଯାଇଥିଲା। ପୁଲିସ ଘଟଣାର ତଦନ୍ତ ଚଳାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories