ମଣିପୁର : ମଣିପୁରର ଇମ୍ଫାଲରେ ରବିବାର ଭୋର ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଜୁଡ଼ୋ ଖେଳାଳୀଙ୍କୁ ନେଇ ଯାଉଥିବା ଏକ ବସ ଓଲଟି ୨୦ ଜଣ ଜୁଡ଼ୋକା ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କେତେକ ଜଣ ଗୁରୁତର ଥିବା ଜଣାପଡ଼ିଛି। ଇମ୍ଫାଲରୁ ବୀମାପୁର ଆସିବା ରାସ୍ତାରେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ବସରେ କୋଚ୍ ଙ୍କ ସହ ୩୦ ଜଣ ଡ଼ୁଡ଼ୋକା ଥିଲେ। ଆହତମାନଙ୍କ ମଧ୍ୟରେ ଓଡ଼ିଶାରୁ କିଛି ଜୁଡ଼ୋକା ପ୍ରତିଯୋଗୀ ଥିବା ସୂଚନା ମିଳିଛି।
Popular Categories



