www.samajalive.in
Sunday, December 7, 2025
14.1 C
Bhubaneswar

ଚଳଚ୍ଚିତ୍ର ଜଗତକୁ ରାଷ୍ଟ୍ର ନିର୍ମାଣର ଆହ୍ୱାନ ଦେଲେ ମୋଦୀ

ନୂଆଦିଲ୍ଲୀ: ମନୋରଂଜନ ଦୁନିଆର ବ୍ୟକ୍ତି ବିଶେଷଙ୍କୁ ଆହ୍ୱାନ ଜଣାଇ ସୃଜନଶୀଳତାର ଅମାପ ଶକ୍ତିକୁ ରାଷ୍ଟ୍ର ନିର୍ମାଣରେ ଉପଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଛନ୍ତି। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀକୁ ପାଳନ କରିବାର ବିଭିନ୍ନ ମାର୍ଗ ଏବଂ ଅନ୍ୟାନ୍ୟ ଅନେକ ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀ ଗତକାଲି ନୂଆଦିଲ୍ଲୀରେ ସୃଜନଶୀଳ ଓ ମନୋରଂଜନ ଦୁନିଆର ବିଭିନ୍ନ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରିଛନ୍ତି। ସେ କହିଛନ୍ତି, ମହାତ୍ମା ଗାନ୍ଧୀ ସରଳତାର ପ୍ରତୀକ ଥିଲେ ଏବଂ ତାଙ୍କର ବିଚାରଧାରା ସାରା ବିଶ୍ୱକୁ ପରିବ୍ୟାପ୍ତ ହୋଇଥିଲା। ସେ କହିଛନ୍ତି ମହାତ୍ମା ଗାନ୍ଧୀଙ୍କ ବିଚାରଧାରାକୁ ଲୋକପ୍ରିୟ କରିବା ଦିଗରେ ଚଳଚ୍ଚିତ୍ର ଓ ଟେଲିଭିଜନ ଦୁନିଆର ବ୍ୟକ୍ତିତ୍ୱମାନେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଆସିଛନ୍ତି। ଏହି ଅବସରରେ ମୋଦୀ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ନିମନ୍ତେ ଉଦିଷ୍ଟ ୪ଟି ସାଂସ୍କୃତିକ ଭିଡ଼ିଓର ଉନ୍ମୋଚନ କରିଛନ୍ତି।

ଶାହାରୁଖ୍‍ ଖାନ୍‍, ଅମୀର ଖାନ୍‍, ରାଜକୁମାର ହୀରାନି, ଅନୁରାଗ ବସୁ ଏବଂ କଙ୍ଗନା ରନାୱତଙ୍କ ଭଳି ବିଶିଷ୍ଟ କଳାକାର ଓ ନିର୍ଦ୍ଦେଶକମାନେ ଏଠାରେ ଉପସ୍ଥିତ ଥିଲେ। ଦେଶକୁ କିଭଳି ଅଧିକରୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆସିପାରିବେ, ତାହା ସୁନିଶ୍ଚିତ କରିବାର ମାର୍ଗ ପ୍ରସ୍ତୁତି ନିମନ୍ତେ ସେ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି। ଷ୍ଟାଚ୍ୟୁ ଅଫ୍‍ ୟୁନିଟି ଓ ଦାଣ୍ଡି ସଂଗ୍ରହାଳୟ ପରିଦର୍ଶନ ପାଇଁ ସେ ଚଳଚ୍ଚିତ୍ର ଶିଳ୍ପର ସଦସ୍ୟମାନଙ୍କୁ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏଡ଼ାପାଡ଼ି କେ. ପାଲାନିସ୍ୱାମୀ ତାଙ୍କୁ ସୂଚନା ଦେଇଛନ୍ତି ଯେ ସେ ଓ ଚୀନ୍‍ ରାଷ୍ଟ୍ରପତି ସି. ଜିନ୍‍ପିଙ୍ଗ୍‍ଙ୍କ ମଧ୍ୟରେ ମାମଲାପୁରମ୍‍ଠାରେ ଅନୁଷ୍ଠିତ ଅଣଆନୁଷ୍ଠାନିକ ବୈଠକ ପରେ ସେଠାକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇଛି।

- Advertisement -


ସେଠାରେ ଉପସ୍ଥିତ ଚଳଚ୍ଚିତ୍ର ଶିଳ୍ପ ସହ ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେମାନଙ୍କର କୃତି ବିଶ୍ୱର କୋଣଅନୁକୋଣରେ ପହଞ୍ଚିପାରିଛି ଏବଂ ସେମାନଙ୍କର ସୃଜନଶୀଳତାକୁ ଆହୁରି ପ୍ରଭାବଶାଳୀ କରିବା ପାଇଁ ଆବଶ୍ୟକ ସମସ୍ତ ସହାୟତା ଯୋଗାଇବାକୁ ସରକାର ଆଗ୍ରହୀ ଅଛନ୍ତି। ସେ କହିଛନ୍ତି ଚଳଚ୍ଚିତ୍ର ଶିଳ୍ପର ସଦସ୍ୟମାନେ ତାଙ୍କୁ ଅନେକଗୁଡ଼ିଏ ସୁଚିନ୍ତିତ ମତାମତ ଦେଇଛନ୍ତି ଏବଂ ସେମାନଙ୍କର ଉତ୍କୃଷ୍ଟ କଳାକୃତି କିପରି ଅଧିକରୁ ଅଧିକ ଦର୍ଶକଙ୍କ ନିକଟରେ ପହଞ୍ଚି ପାରିବ, ସରକାର ସେ ଦିଗରେ ସମସ୍ତ ସହାୟତା ଯୋଗାଇଦେବାକୁ ପ୍ରସ୍ତୁତ ଅଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆସନ୍ତା ୨୦୨୨ ମସିହାରେ ଭାରତ ଏହାର ସ୍ୱାଧୀନତାର ୭୫ତମ ଜୟନ୍ତୀ ପାଳନ କରିବାକୁ ଯାଉଛି। ୧୮୫୭ରୁ ୧୯୪୭ ମଧ୍ୟରେ ଭାରତର ସ୍ୱାଧୀନତା ପାଇଁ ସଂଘର୍ଷ ତଥା ୧୯୪୭ରୁ ୨୦୨୨ ମସିହା ପର୍ଯ୍ୟନ୍ତ ଭାରତର ବିକାଶର ପ୍ରେରଣାଦାୟୀ କାହାଣୀ ଉପରେ ପର୍ଯ୍ୟବେସିତ କଥାବସ୍ତୁର ଅବତାରଣା ପାଇଁ ସେ ଉପସ୍ଥିତ ବ୍ୟକ୍ତିମାନଙ୍କୁ ଆହ୍ୱାନ କରିଛନ୍ତି। ଭାରତରେ ବାର୍ଷିକ ଅନ୍ତର୍ଜାତୀୟ ମନୋରଂଜନ ଶିଖର ବୈଠକ ଆୟୋଜନ ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories