www.samajalive.in
Saturday, December 6, 2025
26.1 C
Bhubaneswar

ରାସ୍ତା କଡ଼କୁ ଖସିଲା ଟାଟା ମାଜିକ, ଅଳ୍ପକେ ବର୍ତ୍ତିଲେ ୨୦ ଛାତ୍ରଛାତ୍ରୀ

ଗୋପ: ଶୁକ୍ରବାର ଗୋପ ଥାନା ଅଧିନ ଏକ ଘରୋଇ ଶିକ୍ଷା ଅନୁଷ୍ଠାନକୁ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବେଳେ ରାସ୍ତା କଡ଼କୁ ଟାଟା ମାଜିକ ଖସିପଡିଥିବା ଜଣାପଡିଛି । ଏହି ଟାଟା ମାଜିକ ରେ ଥିବା ୨୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଳ୍ପକେ ବର୍ତ୍ତି ଜାଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଗୋପ ଶିକ୍ଷା ବିଭାଗ ଅଧୀନରେ ଛତୁ ଫୁଟିଲା ଭଳି ଘରୋଇ ଶିକ୍ଷା ଅନୁଷ୍ଠାନ ଖୋଲିଥିବା ବେଳେ ଛାତ୍ରଛାତ୍ରୀଙ୍କୁ ପରିବହନ କରୁଥିବା ଗାଡି ଗୁଡିକ ସରକାରୀ ନିୟମକୁ ଖୋଲାଖୋଲି ଉଲଘଂନ କରୁଛଛି। ଏନେଇ ସରକାରୀ ସ୍ତରରେ କୌଣସି କାର୍ୟ୍ୟାନୁଷ୍ଠାନ କରାଯାଉ ନଥିବାରୁ ଦିନକୁ ଦିନ ସମସ୍ୟା ବଢ଼ିବାରେ ଲାଗିଛି ।

- Advertisement -

ଶୁକ୍ରବାର ଗୋପ ହାପିକଲୋନୀ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ରେ ପାଠ ପଢୁଥିବା  ଛାତ୍ରଛାତ୍ରୀଙ୍କୁ ଆଣି ଏକ ଟାଟା ମ୍ୟାଜିକ ୨୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ନେଇ ବିଦ୍ୟାଳୟକୁ ଆସୁଥିବା ସମୟରେ ବେଦପୁର ଶାସନ ନିକଟରେ ଥିବା ବ୍ରିଜ଼ ନିକଟରେ ରାସ୍ତା କଡ଼କୁ ଖସିପଡିଥିଲା । ଏଥିରେ ଥିବା ଛାତ୍ରଛାତ୍ରୀଙ୍କ ଚିତ୍କାର ଶୁଣି ସ୍ଥନୀୟ ଲୋକ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ତେବେ ଗାଡିଟିକୁ ଚଳାଉଥିବା ଡ୍ରାଇଭର ଜଣଙ୍କ ନାବାଳକ ହୋଇ ଥିବାରୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଗାଡି ମାଲିକ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିବା ବେଳେ ଅନ୍ୟ ଏକ ଗାଡିରେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ପଠାଇଥିବା ଜଣାପଡିଛି । ପରିବହନ ବିଭାଗ ଓ ଶିକ୍ଷା ବିଭାଗ ପକ୍ଷରୁ କୌଣସି କର୍ୟ୍ୟା ଅନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ବାରମ୍ବାର ଏପରି ଅଘଟଣ ଘଟୁଥିବା ଜଣାପଡିଛି ।ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ମିଶ୍ରଙ୍କୁ ପଚାରିବାରେ ସେ କୁହନି ଘରୋଇ ଶିକ୍ଷା ଅନୁଷ୍ଠାନ ଗୁଡିକ ରେ ଲାଗିଥିବା ଗାଡି ଗୁଡିକ ଯାଞ୍ଚ ପାଇଁ ପରିବହନ ବିଭାଗ କୁ ପତ୍ର ଲେଖାଯିବ ବୋଲି କହିଥିଲେ ।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories