www.samajalive.in
Saturday, December 13, 2025
26.1 C
Bhubaneswar

ଓଡିଶା କ୍ୟାଡର ଆଇଏଏସ ତୁହିନକାନ୍ତ ହେଲେ କେନ୍ଦ୍ରୀୟ ସଚିବ

ନୂଆଦିଲ୍ଲୀ: କ୍ୟାବିନେଟର ନିଯୁକ୍ତି କମିଟି ଓଡ଼ିଶା କ୍ୟାଡର ପ୍ରଶାସନିକ ସେବା ଅଫିସର୍‍ ତୁହିନକାନ୍ତ ପାଣ୍ଡେଙ୍କୁ ପୁଞ୍ଜିନିବେଶ ଓ ସର୍ବସାଧାରଣ ସମ୍ପଦ ପରିଚାଳନା ବିଭାଗର ସଚିବ ଭାବେ ନିଯୁକ୍ତକୁ ଅନୁମୋଦନ କରିଛି। ୧୯୮୪ ବ୍ୟାଚ୍‍ ଅଫିସର୍‍ ବ୍ରଜରାଜ ଶର୍ମା ଷ୍ଟାଫ୍‍ ସିଲେକ୍‍ସନ୍‍ କମିଶନ୍‍ର ଚେୟାର୍‍ମ୍ୟାନ୍‍ ନିଯୁକ୍ତ ହୋଇଥିବା ବେଳେ ୧୯୮୬ ବ୍ୟାଚ୍‍ ଅଫିସର୍‍ ସଞ୍ଜିବ ନନ୍ଦନ ସହାୟ ନୂଆ ଶକ୍ତି ସଚିବ ହେବେ। ୧୯୮୭ ବ୍ୟାଚ୍‍ ପ୍ରଶାସନିକ ସେବା ଅଫିସର୍‍ ପଙ୍କଜ କୁମାର ୟୁ.ଆଇ.ଏ. ର ନୂଆ ସି.ଇ.ଓ. ହେବେ ଓ ମଧ୍ୟପ୍ରଦେଶ କ୍ୟାଡର ପ୍ରଶାସନିକ ସେବା ଅଫିସର ପ୍ରମୋଦ କୁମାର ଦାସଙ୍କୁ ସଂଖ୍ୟାଲଘୁ ବ୍ୟାପାର ସଚିବ ନିଯୁକ୍ତ କରାଯାଇଛି।

ହିମାଚଳ କ୍ୟାଡର ପ୍ରଶାସନିକ ସେବା ଅଫିସର ସଞ୍ଜୀବ ଗୁପ୍ତା ଆନ୍ତଃରାଜ୍ୟ ପରିଷଦ ସଚିବାଳୟରେ ସଚିବ ହୋଇଥିବା ବେଳେ ଶୈଳେଶ ରାଷ୍ଟ୍ରାୟତ ଉଦ୍ୟୋଗ ବିଭାଗ ସଚିବ ହେବେ। ୧୯୮୬ ବ୍ୟାଚ୍‍ ଅଫିସର୍‍ ଆଲୋକ ଟଣ୍ଡନ ପ୍ରଶାସନିକ ସଂସ୍କାର ଓ ସର୍ବସାଧାରଣ ଆପତ୍ତି ଅଭିଯୋଗ ବିଭାଗ ସଚିବ ହୋଇଥିବା ବେଳେ ନଗେନ୍ଦ୍ରନାଥ ସିହ୍ନା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରେ ସୀମା ପରିଚାଳନା ବିଭାଗର ସଚିବ ହେବେ। ରାଜେଶ ଭୂଷଣ କ୍ୟାବିନେଟ୍‍ ସଚିବାଳୟରେ ସଚିବ ନିଯୁକ୍ତ ହୋଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories