www.samajalive.in
Wednesday, December 10, 2025
14.1 C
Bhubaneswar

ଆବୁଧାବିିରୁ ଓଡ଼ିଆ ଯୁବକଙ୍କୁ ଉଦ୍ଧାର କଲା ଓଡି଼ଶା ମୋ ପରିବାର

ଦିଲ୍ଲୀ /ଭୁବନେଶ୍ବର : ସାଉଦି ଆରବର ଆବୁଧାବି  ସହରରେ ଫସି ରହିଥିବା ଓଡ଼ିଆ ଯୁବକଙ୍କୁ ଓଡି଼ଶା ମୋ ପରିବାର ଓ ଓଡ଼ିଆ ମହାମଞ୍ଚ ଦ୍ଵାରା ଉଦ୍ଧାର କରାଯାଇଛି। ବରୀ ଅଞ୍ଚଳର ଅଲିହାବାଦ ଗ୍ରାମର ଉମାକାନ୍ତ ଦାସ ନାମକ ଜଣେ ଯୁବକ ଆବୁଧାବିର ଏକ କମ୍ପାନୀରୁ ଚାକିରୀ ହରାଇ ଥିଲେ। ଏହାସହିତ ଦୀର୍ଘ ଦିନ ହେବ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଖାଇବାକୁ ନ ପାଇ ଭୋକଓପାସରେ ପଡ଼ି ରହିଥିଲେ। ତାଙ୍କର ଓଡିଶା ଫେରିବା ପାଇଁ ସମସ୍ତ ରାସ୍ତା ଏକ ପ୍ରକାର ବନ୍ଦ ହୋଇ ଯାଇଥିଲେ।

ବିଶେଷ ସୂତ୍ରରୁଓଡି଼ଶା ମୋ ପରିବାର ଓ ଓଡ଼ିଆ ମହାମଞ୍ଚ ଖବର ପାଇ ଓଡି଼ଶା ମୋ ପରିବାର ସହ ଆଲୋଚନା କରିଥିଲେ। ଓଡି଼ଶା ମୋ ପରିବାର ଓ ଓଡ଼ିଆ ମହା ମଞ୍ଚ ଦୀର୍ଘ ଦୁଇ ମାସ କାଳ ପରିଶ୍ରମ କରି ଭାରତୀୟ ଦୂତାବାସ ସହ  ଦିଲ୍ଲୀରେ ଅବସ୍ଥାପିତ ଆବାସିକ ଶ୍ରୀ ରବି କାନ୍ତ  ସମ୍ପର୍କ ସ୍ଥାପନ କରି ଆବୁଧାବି ରେ ଉମାକାନ୍ତ ଦାସ ଙ୍କୁ ଠାବ କରିଥିଲେ। ତାଙ୍କର ଫେରିବା ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିଥିଲେ।

- Advertisement -

ଆଜି ଉମାକାନ୍ତ ଦାସ ଭୁବନେଶ୍ବରରେ ରେ  ପହଞ୍ଚିବା ପରେ ଓଡ଼ିଆ ମହାମଞ୍ଚର ନିର୍ଦ୍ଦେଶକ ଗୋବର୍ଦ୍ଧନ ଧଳ ଓ ମନୋଜ ନାୟକ ଙ୍କ ସମେତ ବରୀର ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଶ୍ରୀଯୁକ୍ତ ଦାସଙ୍କୁ ସ୍ଵାଗତ କରି ତାଙ୍କ ପରିବାର ଙ୍କୁ ହସ୍ତାନ୍ତର କରିଥିଲେ। ଏହି ମହାନୀୟତା ପାଇଁ ଶ୍ରୀ ଦାସଙ୍କ ପରିବାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।ଓଡ଼ିଆ ମହାମଞ୍ଚ ଓ ଓଡ଼ିଶା ମୋ ପରିବାର କୁ ଅଶେଷ ଅଶେଷ ଧନ୍ୟବାଦ ଦେବା ସହ ଦୀର୍ଘ ଦୁଇ ମାସ ଧରି ଅକ୍ଲାନ୍ତ ପରିଶ୍ରମ ଫଳରେ ଶ୍ରୀ ଦାସ ନିଜ ଘରେ ପହଞ୍ଚି ପାରିଥିବାରୁ ବରୀ ବାସୀଙ୍କ ତରଫରୁ ବିଧାୟିକା ସୁନନ୍ଦା ଦାସ ଓଡ଼ିଆ ମହାମଞ୍ଚ କୁ ବିଶେଷ ଭାବେ କୃତଜ୍ଞତା ଜ୍ଞାପନ କରିଛନ୍ତି l

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories