www.samajalive.in
Tuesday, December 9, 2025
15.1 C
Bhubaneswar

ବିଶିଷ୍ଟ ଶିକ୍ଷାବିତ ଡକ୍ଟର ନାରାୟଣ ମହାନ୍ତି ପାଇବେ ପ୍ରଭା ପଟେଲ ସମ୍ମାନ

ବିଶିଷ୍ଟ ଶିକ୍ଷାବିତ ଡକ୍ଟର ନାରାୟଣ ମହାନ୍ତି ଚଳିତ ବର୍ଷ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ପ୍ରଭା ପଟେଲ ରମ୍ୟରଚନା ଓ ଲଳିତ ନିବନ୍ଧ ସମ୍ମାନ ପାଇବେ। ଆସନ୍ତା ୩୧ରେ ସନ୍ଧ୍ୟାରେ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନଠାରେ ଆୟୋଜିତ ହେବାକୁ ଥିବା ଉତ୍କଳ ସାହିତ୍ୟ ସମାଜର ୧୧୯ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଡକ୍ଟର ମହାନ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।

୨୦୦୪ ମସିହାଠାରୁ ଡକ୍ଟର ମହାନ୍ତିଙ୍କ ଲିଖିତ ରମ୍ୟରଚନାଗୁଡ଼ିକ ବିଭିନ୍ନ ଦୈନିକ ସମ୍ବାଦପତ୍ର ତଥା ମାସିକ ଓ ସାପ୍ତାହିକ ପତ୍ରପତ୍ରିକାରେ ପ୍ରକାଶ ପାଉଛି। ଚଳିତବର୍ଷ ଡକ୍ଟର ମହାନ୍ତିର ୪୫ଟି ସୁନିର୍ବାଚିତ ରମ୍ୟରଚନାକୁ ନେଇ ଏକ ସଂକଳନ ‘ମହାମନ୍ତ୍ରୀ ଉବାଚ’ ପ୍ରକାଶିତ ହୋଇଛି। ସୂଚନାଯୋଗ୍ୟ, କଟକ ଜେକେବିକେ ସରକାରୀ କଲେଜର ତର୍କ ଓ ଦର୍ଶନ ବିଭାଗର ପ୍ରାଧ୍ୟାପକ ତଥା ମୁଖ୍ୟ ଭାବେ ୨୦୧୪ରେ ଅବସର ନେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories