www.samajalive.in
Tuesday, December 9, 2025
16.1 C
Bhubaneswar

ଅବସରପ୍ରାପ୍ତ ଯନ୍ତ୍ରୀଙ୍କର ୪୦.୫୦ ଲକ୍ଷ ଟଙ୍କା ଲୁଟି​ ନେଲେ ସାଇବର ଅପରାଧୀ

ଭୁବନେଶ୍ବର: ରାଜଧାନୀରେ ଜଣେ ଅବସରପ୍ରାପ୍ତ ସହକାରୀ ନିର୍ବାହୀଯନ୍ତ୍ରୀ ସାଇବର ଅପରାଧୀଙ୍କ ହାବୁଡ଼ରେ ପଡି ହରାଇଛନ୍ତି ୪୦.୫୦ ଲକ୍ଷ ଟଙ୍କା। ସାଇବର ଅପରାଧୀଙ୍କ ଜାଲ୍‌ରେ ପଡ଼ି ଅବସରପ୍ରାପ୍ତ ଯନ୍ତ୍ରୀ ବିଦେଶର ବହୁ କୋଟିର ସମ୍ପତ୍ତି ପାଇବାର ଆଶାରେ ଏଭଳି ଠକାମିରେ ପଡିଛନ୍ତି। ଅବସରପ୍ରାପ୍ତ ଯନ୍ତ୍ରୀ ଏନେଇ ଅପରାଧ ନିୟନ୍ତ୍ରଣ ଶାଖାର ସାଇବର ଅପରାଧ ଥାନାରେ ଏନେଇ ଅଭିଯୋଗ କରିଛନ୍ତି। ସାଇବର ଥାନାର ଉପଅଧୀକ୍ଷକ ଶିଶିର କୁମାର ମିଶ୍ର ଏହି ଘଟଣାର ତଦନ୍ତ କରି ଗତ ସୋମବାର ତାଙ୍କ ବିବରଣୀ ଅପରାଧ ନିୟନ୍ତ୍ରଣ ଅଧୀକ୍ଷକଙ୍କୁ ପ୍ରଦାନ କରିଛନ୍ତି।

ଅଭିଯୋଗ ଅନୁସାରେ ଗ୍ୟାରେଜ୍‌ ଛକ ଅଞ୍ଚଳରେ ରହୁଥିବା ଅବସରପ୍ରାପ୍ତ ସହକାରୀ ନିର୍ବାହୀଯନ୍ତ୍ରୀ ଅମର ପ୍ରସାଦ ଦାସ(୬୫)ଙ୍କ ସହିତ ୨୦୧୯ରେ ସାମାଜିକ ଗଣମାଧ୍ୟମ ଜରିଆରେ ସୁଶାନ୍ ମୋରଗାନ ନାମକ ଜଣେ ଯୁବତୀ ବନ୍ଧୁତା କରିଥିଲା। ବେଶ୍‌ କିଛି ମାସ ଧରି ସେମାନଙ୍କ ମଧ୍ୟରେ ହ୍ବାଟ୍ସ୍‌ଆପ୍‌ରେ ବାର୍ତ୍ତାଳାପ ସହିତ ବାର୍ତ୍ତା ଆଦାନ ପ୍ରଦାନ ଚାଲିଥିଲା। ଯୁବତୀ ଜଣକ ବ୍ରିଟେନ୍‌ରେ ରହୁଥିବା କହିଥିଲେ। କରୋନା ମହାମାରୀ ଯୋଗୁଁ ୨୦୨୦ରେ ସୁଶାନ୍‌ ସମ୍ପୂର୍ଣ୍ଣ ବାର୍ତ୍ତାଳାପ ବନ୍ଦ କରିଦେଇଥିଲା। ତେବେ ଗତ କିଛି ମାସ ତଳେ ହଠାତ୍‌ ଅମର ପ୍ରସାଦଙ୍କର ସୁଶାନ କଥା ମନେ ପଡିଥିଲା। ସେ ସାମାଜିକ ଗଣମାଧ୍ୟମ ଜରିଆରେ ସୁଶାନ୍‌ ସହିତ ଯୋଗାଯୋଗ କରିଥିଲେ। ଅପରପକ୍ଷରେ ଜଣେ ପୁରୁଷ ତାଙ୍କ ସହିତ ଉକ୍ତ ନମ୍ବରରେ ବାର୍ତ୍ତାଳାପ କରିଥିଲା। ସେ ତାଙ୍କର ନାମ ମାଇକେଲ୍‌ ଲରେଣ୍ଟ୍‌ ଜେଫରସନ୍ ବୋଲି କହିଥିଲେ। ସେ ନିଜକୁ ଏଚ୍‌ଏସ୍‌ବିସି ବ୍ୟାଙ୍କର ନିର୍ବାହୀ ପରିଚାଳକ ବୋଲି ପରିଚୟ ଦେଇଥିଲେ। ସୁଶାନର କିଛି ମାସ ତଳେ ଦେହାନ୍ତ ହୋଇଯାଇଛି। ସେ ଆପଣଙ୍କୁ ବହୁତ ମନେ ପକାଉଥିଲା ବୋଲି ଉକ୍ତ ଲୋକ ଜଣକ କହିଥିଲା। ଏପରିକି ସୁଶାନ ବହୁ ନିୟୁତ କୋଟି ସମ୍ପତ୍ତିର ମାଲିକ ଥିଲା। ସେ ମୃତ୍ୟୁ ପୂର୍ବରୁ ଆପଣଙ୍କ ନାମରେ ସେସବୁ କରି ଦେଇଥିବା ସେ କହିଥିଲା। ଆପଣ ଯୋଗାଯୋଗ କଲେ ଭଲ ହେଲା। ସେସବୁ ସମ୍ପତ୍ତି ଏବେ ମୁଁ ଆପଣଙ୍କୁ ହସ୍ତାନ୍ତର କରିବାକୁ ଚାହୁଁଛି। ଅବସରପ୍ରାପ୍ତ ଯନ୍ତ୍ରୀ ଉକ୍ତ ସମ୍ପତ୍ତି ପାଇବା ଲାଗି ଆଗ୍ରହ ପ୍ରକାଶ କରିବାରୁ ସାଇବର ଠକ ଜଣକ ତା’ର ଜାଲରେ ଫସାଇବା ଆରମ୍ଭ କରି ଦେଇଥିଲା।

- Advertisement -

ଉକ୍ତ ବ୍ୟାଙ୍କରେ ଏକ ଜମାଖାତା ଖୋଲିବାକୁ କହିଥିଲା। ଜମାଖାତା ଖୋଲିବା ବାହାନାରେ ଏକ ବ୍ୟାଙ୍କର ଜମାଖାତାରେ ଟଙ୍କା ଜମା କରିବାକୁ କହିଥିଲା। ବିଭିନ୍ନ ବାହାନାରେ ଭିନ୍ନ ଭିନ୍ନ ଜମାଖାତାର ସଂଖ୍ୟା ଦେଇ ଟଙ୍କା ଜମା କରିବାକୁ କହୁଥିଲା। କେତେବେଳେ ୮୦ ହଜାର ତ କେତେବେଳେ ୨.୯୮ ଲକ୍ଷ ଟଙ୍କା। ଏମିତି କରି ପ୍ରାୟ ୧୬ ଲକ୍ଷ ଟଙ୍କା ତାଙ୍କଠାରୁ ନେଇ ଯାଇଥିଲା। ସମ୍ପତ୍ତି ହସ୍ତାନ୍ତର ପାଇଁ ଅଦାଲତରେ କାଗଜପତ୍ର ପ୍ରକ୍ରିୟା ଲାଗି ଆବଶ୍ୟକ ଖର୍ଚ୍ଚ ବାବଦରେ ଟଙ୍କା ଜମା କରିବାକୁ କହିଥିଲେ। ସମ୍ପତ୍ତି ଲୋଭରେ ଲକ୍ଷ ଲକ୍ଷ ଟଙ୍କା ସେ ଜମା କରି ଚାଲିଥିଲେ। ଏପରିକି ଥରକେ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ପଡୁଥିଲା। ନିଜର ଟଙ୍କା ଶେଷ ହୋଇଯିବା ପରେ ନିକଟରେ ରହୁଥିବା ତାଙ୍କର ଜଣେ ପରିଚିତ ବନ୍ଧୁ ସୁଧାଂଶୁ ମିଶ୍ରଙ୍କୁ ଏସବୁ କଥା କହିଥିଲେ। ନିୟୁତ କୋଟି ଟଙ୍କାର ସମ୍ପତ୍ତିରୁ କିଛି ପାଇବା ଆଶାରେ ସେ କିଛି ଲକ୍ଷ ଟଙ୍କା ଅମରପ୍ରସାଦଙ୍କୁ ସାହାଯ୍ୟ କରିବା ଲାଗି ଜମାଖାତାକୁ ପଠାଇଥିଲେ। ପରେ ତାଙ୍କର ଜଣେ ସମ୍ପର୍କୀୟ ପ୍ରମୋଦ ରଥ ମଧ୍ୟ କିଛି ସାହାଯ୍ୟର ହାତ ବଢ଼ାଇ ଥିଲେ। ଏମିତିରେ ତାଙ୍କର ଦୁଇ ବନ୍ଧୁ ୨୫.୫୮ ଲକ୍ଷ ଟଙ୍କା ମଧ୍ୟ ସାଇବର ଅପରାଧୀକୁ ଦେଇଥିଲେ। ଏକାଥରକେ ସାଇବର ଅପରାଧୀ ୪ଟି ଭିନ୍ନ ଜମାଖାତାରେ ଟଙ୍କା ଜମା କରିବାକୁ କହୁଥିଲା। ବିନା ଦ୍ବିଧାରେ ଟଙ୍କା ଜମା କରୁଥିଲେ। ଟଙ୍କା ଶେ​‌ଷ ହୋଇଗଲା ପରେ ସେମାନେ ଠକାମିରେ ପଡିଥିବା ଜାଣିବାକୁ ପାଇଥିଲେ।

ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏଭଳି ଜଣେ ବିଦେଶିନୀ ବହୁ କୋଟି ଟଙ୍କାର ଉପହାର ପଠାଇଥିବା ବାହାନାରେ ୭.୫ ଲକ୍ଷ ଟଙ୍କା ଜମା କରି ଠକାମିରେ ପଡିଥିଲେ। ସାଇବର ଅପରାଧୀମାନେ ବିଶେଷ କରି ବୟସ୍କ ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସେମାନଙ୍କ ଜାଲରେ ଫସାଇ ଏଭଳି ଠକେଇ କରୁଥିବା ତଦନ୍ତ ବେଳେ ଜଣାପଡିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories