ସମାଜ ଡିଜିଟାଲ ଡେସ୍କ: ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ନିଖୋଜ ହୋଇଯାଇଥିବା ଜଣେ ନାବାଳକକୁ ଉଦ୍ଧାର କରିଛି କମିଶନରେଟ ପୁଲିସ। କ୍ୟାପିଟାଲ ଥାନା ଅଞ୍ଚଳରୁ ଉକ୍ତ ନାବାଳକଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କ ଜିମା ଦିଆଯାଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ସମ୍ପୃକ୍ତ ଛାତ୍ରଙ୍କ ଘର ଚନ୍ଦ୍ରଶେଖରପୁର ଅଞ୍ଚଳରେ। ସେ ଗତ ଗୁରୁବାର ଦିନ କରାଟେ ସ୍କୁଲକୁ ଯାଇଥିଲେ। କିନ୍ତୁ ଆଉ ଫେରି ନ ଥିଲେ। ଏ ନେଇ ତାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପୁଲିସ ତତ୍ପରତା ଦେଖାଇ ଖୋଜାଖୋଜି କରିଥିଲା। ରବିବାର ନାବାଳକ ଜଣକ କ୍ୟାପିଟାଲ ଥାନା ଅଞ୍ଚଳରେ ବୁଲୁଥିବାବେଳେ ପୁଲିସ ତାଙ୍କୁ ଉଦ୍ଧାର କରିଥିଲା। ରାଗି କରି ସେ ଘରୁ ପଳାଇ ଆସିଥିବା ଜଣାପଡ଼ିଛି।



