www.samajalive.in
Saturday, December 6, 2025
26.1 C
Bhubaneswar

ଡହଡହ ଖରାକୁ ଉତ୍କଟ ହେବାରେ ଲାଗିଛି ପାନୀୟ ଜଳ ସମସ୍ୟା

ଆରଡି : ଗ୍ରୀଷ୍ମ ପ୍ରାରମ୍ଭରୁ ଡହଡହ ଖରାକୁ ଉତ୍ତାପ ବଢିବାରେ ଲାଗିଛି। ତାସାଙ୍ଗକୁ ଅସହ୍ୟ କରୁଛି ଗୁଳୁଗୁଳି ଗରମ। ଏହାରି ଭିତରେ ପିଇବା ପାଣିର ଉତ୍କଟ ସମସ୍ୟା ଦେଖାଦେଇଛି ପ୍ରସିଦ୍ଧ ଶୈବକ୍ଷେତ୍ର ବାବା ଆଖଣ୍ଡଳମଣିଙ୍କ ପୀଠରେ। ଗ୍ରୀଷ୍ମୠତୁର ମୁକାବିଲା ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା କରିବା ସହ ଅଚଳ ନଳକୂପ ଓ ଉଠା ସେଚପଏଣ୍ଟ ଗୁଡିକୁ ତୁରନ୍ତ ମରାମତି ପାଇଁ ସ୍ବତନ୍ତ୍ର ଅର୍ଥ ବ୍ୟୟ ବରାଦ କରାଯାଇଥାଏ। ଏପରିକି ଗ୍ରୀଷ୍ମ ମୁକାବିଲା ପାଇଁ ଟିମ ଗଠନ କରାଯାଇ ସାଧାରଣ ଲୋକଙ୍କ ପାଖରେ କିପରି ପିଇବା ପାଣି ପହଁଚିବ ସେଥିପାଇଁ ଟ୍ୟାଙ୍କର ବ୍ୟବସ୍ଥା କରାଯାଇଥାଏ। ହେଲେ ଗତ ୧ ମାସ ହେବ ଆରଡି ପୀଠରେ ଅନେକ ନଳକୂପ ଅଚଳ ହୋଇପଡିଥିବା ବେଳେ ମଣିବାବାଙ୍କ ମନ୍ଦିର ବେଢାରେ ଥିବା ନଳକୂପଟି ସମ୍ପର୍ଣ୍ଣ ଭାବେ ଅକାମୀ ହୋଇ ପଡିଛି।

ଫଳରେ ମଣିବାବାଙ୍କର ଏବେ ଚାଲିଥିବା ବୈଶାଖବ୍ରତରେ ଶୀତଳ ଉପଚାର ନୀତି ସହ ଦୈନନ୍ଦିନ ନୀତିକାନ୍ତି ପ୍ରଦୂଷିତ ଶିବଗଙ୍ଗା ପୁଷ୍କରିଣୀ ଜଳରେ କରାଯାଉଛି। ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମନ୍ଦିରର ସେବାୟତ ଓ ଆଗନ୍ତୁକ ଶ୍ରଦ୍ଧାଳୁ ଭକ୍ତମାନେ। ପୂର୍ବରୁ ଶିବଗଙ୍ଗା ପୁଷ୍କରିଣୀ ଜଳରେ ମଣିବାବାଙ୍କର ଜଳାଭିଷେକ ନୀତି ସହ ସମସ୍ତ ନୀତିଭୋଗ ପ୍ରସ୍ତୁତି ଓ ନୀତିକାନ୍ତି ହୋଇ ଆସୁଥିଲା। ହେଲେ କିଛିବର୍ଷ ହେବ ଶିବଗଙ୍ଗା ପୁଷ୍କରିଣୀ ମଧ୍ୟକୁ ନଦୀର ପାଣି ଠିକ ଭାବେ ଆସୁନଥିବାରୁ ପୁଷ୍କରିଣୀର ଜଳ ଦିନକୁଦିନ ପ୍ରଦୂଷିତ ହେବାରେ ଲାଗିଛି। ଗତ କିଛି ମାସ ହେବ ଶିବଗଙ୍ଗା ପୁଷ୍କରିଣୀର ପୁନରୁଉଦ୍ଧାର କରାଯିବା ସହ ଚତୁଃପାର୍ଶ୍ବକୁ ସାଜସଜା କରାଯାଇଛି। ହେଲେ ପୁଷ୍କରିଣୀ ମଧ୍ୟରେ ଥିବା ପଙ୍କ ଉଦ୍ଧାର କରାଯାଇନଥିବାରୁ ଏବେ ପୁଷ୍କରିଣୀର ଜଳ କଳା ପଡିଯିବା ସହ ଅପରିଷ୍କାର ଜିନିଷମାନ ଭାସୁଛି। ଯାହା ନୀତିକାନ୍ତି ଓ ଜଳାଭିଷେକ ନିମନ୍ତେ ଅନୁପଯୋଗୀ ହୋଇପଡିଛି। ଅନ୍ୟପଟେ ମଣିବାବାଙ୍କ ଦୈନନ୍ଦିନ ଜଳସେବା ଓ ନୀତିଭୋଗ ପ୍ରସ୍ତୁତ ନିମନ୍ତେ ଏକ ସ୍ବତ୍ବନ୍ତ୍ର ବରୱେଲ (ଉଠା ଜଳ) ସେଚ ପଏଣ୍ଟ କରାଯାଇଥିଲେ ମଧ୍ୟ ଭୂତଳ ଜଳରାଶି କମ ପଡିବାରୁ ତାହା ହେବେ ଅକାମୀ ହୋଇପଡିଛି। ଫଳରେ ସେବାକାରୀମାନେ ବାଧ୍ୟ ହୋଇ ପ୍ରଦୂଶିତ ଶିବଗଙ୍ଗା ପୁଷ୍କରିଣୀ ଜଳ ଆଣି ସମସ୍ତ ନୀତିକାନ୍ତି ସମାପନ କରୁଛନ୍ତି। ଏପଟେ ପୀଠରେ ଥିବା ହାତଗଣତି ନଲକୂପ ମଧ୍ୟରୁ ୨, ୩ ନଳକୂପ ଅଚଳ ହୋଇ ପଡି ରହିଥିବା ବେଳେ ଯେଉଁ ନଳକୂପ ସଚଳ ଅଛି ଭୂତଳ ଜଳରାଶି ହ୍ରାସ ଯୋଗୁ କେଉଁଠି ହଳଦି ଲୁଣି ପାଣି ବାହାରୁଛି ତ ଆଉ କେଉଁଠି ଘଣ୍ଟାଘଣ୍ଟା ଧରି ଚଳାଇଲା ପରେ ପାଣି ମୁନ୍ଦାଏ ବାହାରୁଛି। ପୀଠରେ ଥିବା ମଧୁରଜଳ ପ୍ରକଳ୍ପରୁ ଆସୁଥିବା ପାଣି ଅନେକ ସାହିକୁ ଯାଉନଥିବାରୁ ପିଇବା ପାଣି ପାଇଁ ସ୍ଥାନୀୟ ଅଧିବାସୀଙ୍କ ସହ ଆଗନ୍ତୁକ ଶ୍ରଦ୍ଧାଳୁଭକ୍ତମାନେ ଡହଳବିକଳ ହେଉଥିବା ଦେଖିବାକୁ ମିଳୁଛି। ପ୍ରଶାସନିକ ସୂଚନା ଅନୁଯାୟୀ ପୀଠରେ ମେଗା ପ୍ରକଳ୍ପ ପାଣି ଆସିବାକୁ ଆହୁରି କିଛି ମାସ ଲାଗିବ। ପୀଠରେ ଆବଶ୍ୟକ ଅନୁଯାୟୀ ପିଇବା ପାଣି ଯୋଗାଇ ଦେବା ସହ ଅଚଳ ହୋଇପଡିଥିବା ନଳକୂପ ଗୁଡିକୁ ମରାମତି କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

ଦୀର୍ଘ ବର୍ଷ ପରେ ଅକ୍ଷୟ ତୃତୀୟାରେ ଲକ୍ଷ୍ମୀ-ନାରାୟଣ ରାଜଯୋଗ: ଏହି ରାଶିଙ୍କୁ ମାଲାମାଲ୍‌ କରିବେ ମା’ଲକ୍ଷ୍ମୀ, କିଣିବେ ଭୂମି, ବଢିବ ଦରମା..

- Advertisement -

ଦେଖନ୍ତୁ ଛାତିଥରା ଭିଡିଓ ; ଚଳନ୍ତା ବାଇକ୍‌ରେ ଯୁବକଙ୍କୁ ହୃଦଘାତ, ମାତ୍ର କିଛି ସେକେଣ୍ଡରେ ଚାଲିଗଲା ଜୀବନ

 

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories