www.samajalive.in
Sunday, December 14, 2025
23.1 C
Bhubaneswar

ଦିଲ୍ଲୀ ମେୟର ନିର୍ବାଚନରୁ ଦୂରେଇ ରହିବ ଆପ୍‌

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀ ମେୟର ନିର୍ବାଚନରୁ ଦୂରେଇ ରହିବ ଆମ ଆଦମୀ ପାର୍ଟି(ଆପ୍‌)। ଦଳ ନିର୍ବାନରେ ଅଂଶଗ୍ରହଣ କରିବ ନାହିଁ ବୋଲି ସୋମବାର ଘୋଷଣା କରିଛି। ଆପ୍‌ର ଏହି ଘୋଷଣା ପରେ ଦିଲ୍ଲୀ ମହାନଗର ନିଗମ(ଏମସିଡି)ର ନିୟନ୍ତ୍ରଣ ବିଜେପି କବଜାକୁ ଯିବା ସ୍ପଷ୍ଟ ହୋଇଛି।

ଆପ୍‌ର ଦିଲ୍ଲୀ ମୁଖ୍ୟ ସୌରଭ ଭରଦ୍ଵାଜ କହିଛନ୍ତି, ମେୟର ନିର୍ବାଚନରେ ଦଳ କୌଣସି ପ୍ରାର୍ଥୀ ଦେବ ନାହିଁ ବୋଲି ନିଷ୍ପତ୍ତି ନେଇଛି। ବିଜେପି ନିଜ ମେୟର ଚୟନ କରିବା ଉଚିତ। ଏହା ସହିତ ବିଜେପି ବିନା କୌଣସି ଦ୍ଵିଧାରେ ନିଜର ଷ୍ଟାଣ୍ଡିଂ କମିଟି ଗଠନ କରି ମହାନଗର ପରିଚାଳନା କରିବା ଉଚିତ। ସୌରଭ ଅଭିଯୋଗ କରି କହିଛନ୍ତି ଯେ, ବିଜେପି ବିଧି ବ୍ୟବସ୍ଥାକୁ ଗୋଳିଆ କରିସାରିଛି। ଦୁର୍ନୀତି ଜରିଆରେ ବିଭିନ୍ନ ପଦପଦବୀ କବଜା କରିବାକୁ ଉଦ୍ୟମ କରୁଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories