www.samajalive.in
Sunday, December 14, 2025
26.1 C
Bhubaneswar

ଷଡଯନ୍ତ୍ର ଗନ୍ଧ ବାରିଲା ଆପ – ଦିଲ୍ଲୀରେ କେତେ ପ୍ରତିଶତ ମତଦାନ?

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ପାଇଁ ଗତ କାଲି ଭୋଟ ଗ୍ରହଣ ଶେଷ ହୋଇଥିବା ବେଳେ ସମ୍ପୂର୍ଣ୍ଣ ଭାବେ କେତେ ପ୍ରତିଶତ ମତଦାନ ହୋଇଛି ଅର୍ଥାତ କେତେ ସଂଖ୍ୟକ ଭୋଟର ମତଦାନ କରିଛନ୍ତି ସେ ନେଇ ଦିଲ୍ଲୀ ନିର୍ବାଚନ ଅଧିକାରୀ ବାସ୍ତବ ତଥ୍ୟ ପ୍ରଦାନ କରୁନଥିବା ଆମ ଆଦମୀ ପାର୍ଟି ଅଭିଯୋଗ କରିଛି। ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଲକ୍ଷ୍ୟ କରି ପାର୍ଟି କହିଛି, ଏଥିରେ ଷଡଯନ୍ତ୍ର ହୋଇଛି। ଗତ ୭୦ ବର୍ଷ ମଧ୍ୟରେ ଦିଲ୍ଲୀରେ ହୋଇଥିବା ନିର୍ବାଚନ ଲାଗି ଭୋଟ ଗ୍ରହଣ ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ମୋଟ ମତଦାନ ସଂଖ୍ୟା ବା ପ୍ରତିଶତ ସଠିକ ଭାବେ ପ୍ରକାଶ କରି ଆସୁଥିବା ବେଳେ ଗତକାଲି ୭୦ ଆସନ ବିଶିଷ୍ଟ ବିଧାନସଭା ପାଇଁ ହୋଇଥିବା ଭୋଟ ଗ୍ରହଣ ସମୟରେ ଓ ଭୋଟ ଗ୍ରହଣ ଶେଷ ହେବା ପରେ ଯଦିଓ ମୁଖ୍ୟ ନିର୍ବାଚନ ଅଧିକାରୀ ଗଣମାଧ୍ୟମ ଆଗରେ ମତଦାନ ପ୍ରତିଶତ କହିଥିଲେ କିନ୍ତୁ ମୋଟ ମତଦାନ ପ୍ରତିଶତ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଚୁପ ରହୁଥିବାରୁ, ଆପ ସନ୍ଦେହ ପ୍ରକାଶ କରିଛି।

ଦଳୀୟ ମୁଖପାତ୍ର ସଞ୍ଜୟ ସିଂହ କହିଛନ୍ତି, ଯାହା ଦିଲ୍ଲୀ ଇତିହାସରେ ଗତ ୭୦ ବର୍ଷ ମଧ୍ୟରେ ଘଟିନଥିଲା, ତାହା ଏବେ ଘଟୁଛି। ମତଦାନର ୨୪ ଘଣ୍ଟା ବିତିସାରିଥିଲେ ମଧ୍ୟ ସମ୍ପୂର୍ଣ୍ଣ ତଥ୍ୟ ନ ମିଳିବା ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାଧୁତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ସେ କହିଛନ୍ତି,”କହିଁ କୁଛ ଡାଲ ମେଁ କାଲା ହେ, କୋଈ ଖେଲ ଚଲ ରହା ହେ ଅନ୍ଦର ହି ଅନ୍ଦର।” ଇଭିଏମରେ କିଛି ଷଡଯନ୍ତ୍ର କରିବା ଯୋଜନା ହେଉଥିବା ସଞ୍ଜୟ କହିଛନ୍ତି।

- Advertisement -

ଆପ ମୁଖପାତ୍ର ସଞ୍ଜୟ ପ୍ରଶ୍ନ କରିଛନ୍ତି ଯେ ବିଜେପି ନେତା ବି.ଏଲ. ସନ୍ତୋଷ କିପରି ଜାଣିଲେ ଶେଷ ୨ ଘଂଟାରେ ୧୭ ପ୍ରତିଶତ ଭୋଟ ଗ୍ରହଣ ହୋଇଛି ଓ ଭୋଟ ସବୁ ବିଜେପିକୁ ଯାଇଛି। ଦିଲ୍ଲୀ ବିଜେପି ମୁଖ୍ୟ ମନୋହ ତିୱାରୀ କେମିତି କହୁଛନ୍ତି ଯେ ବିଜେପି ୪୮ ଆସନ ଅକ୍ତିଆର କରିବ ଓ କ୍ଷମତାକୁ ଆସିବ ବୋଲି ମଧ୍ୟ ସଞ୍ଜୟ ପ୍ରଶ୍ନ କରିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories