www.samajalive.in
Sunday, December 7, 2025
23.1 C
Bhubaneswar

ନାଳକୁ ଖସିପଡ଼ିଲା ପିକଅପ ଭ୍ୟାନ, ୭ ମୃତ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌ ନିକଟ ନଗରାମରେ ଗୁରୁବାର ଭୋର ସମୟରେ ଏକ ପିକଅପ ଭ୍ୟାନ ଇନ୍ଦିରା ନାଳକୁ ଖସିପଡ଼ିବାରୁ ୭ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ ଏକ ବିବାହ ଉତ୍ସବରେ ଯୋଗଦେଇ ୨୯ ଜଣ ବରଯାତ୍ରୀ ପିକଅପ ଭ୍ୟାନ ଯୋଗେ ଫେରୁଥିଲେ। ଭୋର ପ୍ରାୟ ସାଢେ ୩ଟା ବେଳେ ଭ୍ୟାନଟି ନଗରାମ ଟାଉନ ନିକଟରେ ଭାରସାମ୍ୟ ହରାଇ ଇନ୍ଦିରା ନାଳ ମଧ୍ୟକୁ ଖସିପଡିଥିଲା। ଏନଡିଆରଏଫ ଏବଂ ଏସଡିଆରଏଫ ଦଳ ନାଳ ମଧ୍ୟରୁ ୨୨ ଜଣଙ୍କୁ ଉଦ୍ଧାର କରିଥିବାବେଳେ ୭ ଜଣ ଶିଶୁଙ୍କ ପତ୍ତା ମିଳିନାହିଁ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି। ଲକ୍ଷ୍ନୌ ଜିଲାପାଳ କୌଶଲ ରାଜ ଶର୍ମା କହିଛନ୍ତି ଯେ ପିକଅପ ଭ୍ୟାନଟି ଗୁରୁବାର ଭୋଟ ପ୍ରାୟ ସାଢେ ୩ଟା ବେଳେ ଇନ୍ଦିରା ନାଳରେ ଖସିପଡିଥିଲା। ଭ୍ୟାନରେ ୧୯ ଜଣ ଶିଶୁଙ୍କୁ ମିଶାଇ ୨୯ ଜଣ ଯାତ୍ରୀ ଥିଲେ। ଖବର ମିଳିବା ମାତ୍ରେ ଜିଲା ପ୍ରଶାସନ ଦଳ, ଏନଡିଆରଏଫ, ଏସଡିଆରଏଫ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ୨୨ ଜଣଙ୍କୁ ଉଦ୍ଧାର କରାଯାଇଛି ଓ ୭ ଜଣ ଶିଶୁ ନିଖୋଜ ଅଛନ୍ତି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories