www.samajalive.in
Saturday, December 13, 2025
21.1 C
Bhubaneswar

ବିବାହିତା ପ୍ରେମିକା ସହ ୫ ବର୍ଷୀୟ ପୁଅକୁ ଜାଳିଲା ପ୍ରେମିକ

ବରେଲୀ: ଉତ୍ତରପ୍ରଦେଶର ବରେଲୀରେ ଏକ ହୃଦୟ ବିଦାରକ ଘଟଣା ଘଟି ଯାଇଛି। ଜଣେ ବିବାହିତା ମହିଳାଙ୍କୁ ଘରୁ ଜୋର ଜବରଦସ୍ତ ଉଠାଇ ନେବାରେ ବିଫଳ ହେବାରୁ ଉତ୍ତ୍ୟକ୍ତ ପ୍ରେମିକ ତାଙ୍କୁ ଜାଳି ଦେଇଛନ୍ତି। ଏଥି​‌ରେ ମହିଳା ଜଣଙ୍କ ଗୁରୁତର ଭାବରେ ଆହତ ହୋଇଛନ୍ତି। ତାଙ୍କ ଶରୀରର ୩୫ ପ୍ରତିଶତ ଜଳିଯାଇଛି। ଏଥିରୁ ତାଙ୍କର ପାଞ୍ଚ ବର୍ଷୀୟ ପୁଅ ମଧ୍ୟ ବର୍ତ୍ତି ପାରିନାହିଁ। ନିଆଁ ଝାସରେ ଶିଶୁଟି ଆହତ ହୋଇଥିବା ଜଣାପଡିଛି।

ବରେଲୀର ସୁଭାଷନଗର ଥାନା ଅଞ୍ଚଳରେ ଜଣେ ୩୨ ବର୍ଷୀୟ ବିବାହିତ ମହିଳାଙ୍କ ଘରେ ତାଙ୍କ ପ୍ରେମିକ ପହଞ୍ଚିଥିଲେ। ସେହି ସମୟରେ ମହିଳାଙ୍କ ସ୍ବାମୀ ମଧ୍ୟ ଘରେ ନଥିଲେ। ତାଙ୍କ ଶାଶୁ ଓ ପାଞ୍ଚ ବର୍ଷୀୟ ପୁଅ ଥିଲେ। ମହିଳାଙ୍କୁ ସାଙ୍ଗରେ ନେଇ ଯିବା ପାଇଁ ଯୁବକ ଜଣଙ୍କ ଜିଦ୍ ଧରିଥିଲେ। କିନ୍ତୁ ଏହାକୁ ମହିଳା ବିରୋଧ କରିବାରୁ ଏଥିରେ ଉତ୍ତ୍ୟକ୍ତ ହୋଇ ଯୁବକ ଜଣଙ୍କ ସାଙ୍ଗରେ ଧରି ଆସିଥିବା ପେଟ୍ରୋଲକୁ ମହିଳାଙ୍କ ଉପରେ ଢାଳି ନିଆଁ ଲଗାଇ ଦେଇଥିଲା। ପରେ ମହିଳାଙ୍କ ଚତ୍କାର ଶୁଣି ଅଭିଯୁକ୍ତ ସେଠାରୁ ଫେରାର ହୋଇଥିଲା। ଏହି ସମୟରେ ମହିଳାଙ୍କ ୫ ବର୍ଷୀୟ ପୁଅ ମଧ୍ୟ ନିଆଁର ଝାସରେ ଆହତ ହୋଇଯାଇଥିଲା। ମହିଳାଙ୍କ ଶାଶୁ ପଡୋଶୀଙ୍କ ସାହାଯ୍ୟରେ ଉଭୟ ମା-ପୁଅଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଇଛନ୍ତି। ଏନେଇ ମହିଳାଙ୍କ ସ୍ବାମୀ ସୁଭାଷନଗର ଥାନାରେ ଏତଲା ଦେଇଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories