ଅଜୟ ଦେବଗନଙ୍କ ସହିତ ୮୫ ବର୍ଷିୟା ଅଭିନେତ୍ରୀ

0

ନୂଆଦିଲ୍ଳୀ : ପ୍ରସିଦ୍ଧ ଅଭିନେତା ଅଜୟ ଦେବଗନଙ୍କ ସହିତ ଜଣେ ୮୫ ବର୍ଷିୟା ଅଭିନେତ୍ରୀ ’ରେଡ’ ଫିଲ୍ମ ମାଧ୍ୟମରେ ଅଭିନୟ ଜଗତରେ ପାଦ ଦେଉଛନ୍ତି। ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ୍ୟ। ଆସନ୍ତା ୧୬ ତାରଖରେ ରିଲଜ୍ ହେଉଥିବା ’ରେଡ’ ଫିଲ୍ମରେ ଉତ୍ତର ପ୍ରଦେଶ ଲ​‌କ୍ଷ୍ନୌରେ ରହୁଥିବା ୮୫ ବର୍ଷିୟା ପୁଷ୍ପା ଯୋଶୀ ଅଭିନୟ କରୁଛନ୍ତି। ଫିଲ୍ମରେ ସେ ସୌରଭ ଶୁକ୍ଳାଙ୍କ ମାଆ ଭୂମିକାରେ ଅଭିନୟ କରୁଛନ୍ତି। ପ୍ରଥମ ଥର ପାଇଁ ସେ କ୍ୟାମେରା ସାମ୍ନାକୁ ଆସିଥିଲେ ମଧ୍ୟ ବହୁତ ଭଲ ଅଭିନୟ କରିଛନ୍ତି। ସୁଟିଂ ସେଟରେ ଠିକ୍ ସମୟରେ ପହଞ୍ଚିବା ସହିତ ଭଲବାବେ ସେ ନିଜର କାର୍ଯ୍ୟ ସପାଦନ କରିଛନ୍ତି। ସେଟରେ ଉପସ୍ଥିତ ପ୍ରତ୍ୟେକ  ବ୍ୟକ୍ତି ତାଙ୍କ ସହିତ ଭଲ ବ୍ୟବହାର ପ୍ରଦର୍ଶନ କରିଥିଲେ। ଏପରିକି ଖୋଦ ଅଜୟ ଦେବଗନ ମଧ୍ୟ ସେଟରେ ପୁଷ୍ପା ଯୋଶୀଙ୍କୁ ଅଭିନୟରେ ସହଜ ହେବା ଭଳି କାର୍ଯ୍ୟ କରିଥିଲେ।

’ରେଡ’ ଫିଲ୍ମର ନିର୍ଦେଶକ ରାଜ କୁମାର ଗୁପ୍ତା କହିଛନ୍ତି ଯେ ସେଟରେ ପୁଷ୍ପା ଯୋଶୀ ସମସ୍ତଙ୍କର ପ୍ରିୟ ଥିଲେ। ସେ ପ୍ରଫେସନାଲଙ୍କ ଭଳି ନିଜ ସଂଳାପ ମନେ ରଖୁଥିଲେ ଓ ବେଶ ଦକ୍ଷତାର ସହ ଅଭିନୟ କରିଛନ୍ତି।

Leave A Reply