www.samajalive.in
Sunday, December 14, 2025
16.1 C
Bhubaneswar

ପାଓମେକ୍ସ ଡିଜିଏମ ପୋଡି ମାମଲାରେ ଜଣଙ୍କୁ ଆଜୀବନ ଜେଲ, ୧୫ ନିର୍ଦ୍ଦୋଷରେ ଖଲାସ

ସମ୍ବଲପୁର : ବଲାଙ୍ଗୀର ଜିଲା ଟିଟିଲାଗଡରେ ଥିବା ପାଓମେକ୍ସ ଷ୍ଟିଲ ଲିମିଟେଡ୍‌ ଡିଜିଏମ୍‌ ପୋଡି ମାମଲାରେ ସମ୍ବଲପୁର ଜିଲା ଦୌରାଜଜ୍‌ ସୋମବାର ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବାବେଳେ ୧୫ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହାସହ ୧୦ ହଜାର ଟଙ୍କାର ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥ ଅନାଦେୟ ହେଲେ ଅଧିକ ଏକ ବର୍ଷ କାରାଦଣ୍ଡର ବ୍ୟବସ୍ଥା ରହିଛି। ପ୍ରକାଶ ଯେ, ଟିଟିଲାଗଡ ପାଓମେକ୍ସ ଷ୍ଟିଲ୍‌ ଲିମିଟେଡ୍‌ର କିଛି ଅସନ୍ତୁଷ୍ଟ କର୍ମଚାରୀ କମ୍ପାନୀ ବିରୋଧରେ ପ୍ରଦର୍ଶନ କରିଆସୁଥିଲେ । ପ୍ରାୟ ୨ବର୍ଷ ହେବ ଶ୍ରମିକମାନେ କମ୍ପାନୀ ସମ୍ମୁଖରେ ଧାରଣା ଦେଉଥିଲେ। ପରେ କମ୍ପାନୀର ଡିଜିଏମ୍‌ ରାଧେଶ୍ୟାମ ରାଓ କିଛି କର୍ମଚାରୀଙ୍କୁ କାମରୁ ଛଟେଇ କରିଥିଲେ। ତେଣୁ ଶ୍ରମିକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା। ୨୦୧୧ ମାର୍ଚ୍ଚ ୩ରେ ରାଓ ବାବୁ ମଧ୍ୟାହ୍ନ ଭୋଜନ ପାଇଁ ଯାଉଥିବା ବେଳେ କିଛି ଶ୍ରମିକ ତାଙ୍କ ଗାଡିକୁ ଅଟକାଇ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଗାଡି ଭିତରେ ବସିଥିବା ରାଓ ବାବୁ ସମ୍ପୂର୍ଣ୍ଣ ପୋଡି ଯାଇଥିଲେ। ତେଣୁ ଏ ନେଇ ଟିଟିଲାଗଡ ଥାନାରେ କେସ୍ ନଂ ୩୭/୨୦୧୧ରେ ଏକ ମାମଲା ରୁଜୁ ହୋଇଥିଲା। ମୋଟ ୩୯ଜଣ ସାକ୍ଷ୍ୟ ପ୍ରଦାନ ଥିବା ବେଳେ ୩୭ଜଣ ସାକ୍ଷ୍ୟଙ୍କ ବୟାନ ଟିଟିଲାଗଡ କୋର୍ଟରେ କରାଯାଇଥିଲା। ଏହି ଘଟଣା ଟିଟିଲାଗଡ ଅଞ୍ଚଳରେ ହୋଇଥିବାରୁ କମ୍ପାନୀ ପକ୍ଷରୁ କୋର୍ଟ ପରିବର୍ତ୍ତନ ପାଇଁ ଅନୁମତି ଦେବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୮ ମେ’୨୦୧୭ରେ ବଳକା ଦୁଇଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ। ସମ୍ବଲପୁର ଜିଲା ଦୌରାଜଜ୍‌ ସରୋଜ କୁମାର ପତି ସୋମବାର ମାମଲାର ବିଚାର କରି ଅଭିଯୁକ୍ତ ଶ୍ରମିକ କୁମର ବାଗଙ୍କୁ ଆଜୀବନ କାରାଦଣ୍ଡର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସୁରୁ ମନହୀରା, ଜଗଦିଶ ଭୋଇ, ବନ୍ଧା କୁମ୍ଭାର, ତରୁଣ ବଛା, ଖଗେଶ୍ୱର ବିଶି, କମଳ ଲୋଚନ ବେହେରା, ଟୁକୁନା ନାୟକ, ଗୁପ୍ତେଶ୍ୱର ବାଗ, ଗୌରୀଶଙ୍କର ମିଶ୍ର, ମଦନ ତାଣ୍ଡି, ବାଲେଶ୍ୱର ବାଗ, କୁଲୁତା କୁମ୍ଭାର, ଲକ୍ଷ୍ମଣ ସାହୁ, ଚନ୍ଦ୍ରଧ୍ୱଜ ଭୋରାସାଗର ଓ ସୁରେଶ ନାଗଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସୂଚନାଯୋଗ୍ୟ, ଏହି ପୋଡି ଘଟଣାରେ ୫୧ ଜଣଙ୍କ ନାମରେ ମାମଲା ହୋଇଥିବା ବେଳେ ୧୬ ଜଣଙ୍କର ବିଚାର ସରିଛି। ପରେ ଆଉ ୨ଜଣ ପୁଲିସ ହାତରେ ଧରାପଡ଼ିଛନ୍ତି । ତେଣୁ ଏହି ୨ଜଣଙ୍କର ବିଚାର ସମ୍ବଲପୁର ଜିଲା କୋର୍ଟରେ କରାଯାଉଛି। ଅନ୍ୟ ୩୩ ଅଭିଯୁକ୍ତ ଏପର୍ଯ୍ୟନ୍ତ ଫେରାର୍‌ ଅଛନ୍ତି। ଏହି ମାମଲାକୁ ସରକାରୀ ଓକିଲ ଆର୍ତ୍ତତ୍ରାଣ ମିଶ୍ର ପରିଚାଳନା କରିଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories