www.samajalive.in
Sunday, December 14, 2025
16.1 C
Bhubaneswar

ଛାୟା ଯୁଦ୍ଧ ପାଇଁ ପ୍ରସ୍ତୁତି : ଷ୍ଟେଲଥ୍‍ ସୁଖୋଇର ଅଦୃଶ୍ୟ ଉଡ଼ାଣ

-ମହେଶ ଶର୍ମା
କୋରାପୁଟ : ଲଢ଼ୁଆ ସୁଖୋଇ ବିମାନକୁ ଆଉ ଏକ ସ୍ୱତନ୍ତ୍ର ବିଶେଷତ୍ୱ ସହିତ ବିକଶିତ କରାଯାଉଛି। ଏହା ଶତ୍ରୁ ପକ୍ଷର ସୀମା ଭେଦ କରି ପୁଣି ଫେରି ଆସିବ କିନ୍ତୁ ଶତ୍ରୁପକ୍ଷକୁ ଏ ବିଷୟରେ ସୁରାକ ମିଳିବ ନାହିଁ। ଶତ୍ରୁ ପକ୍ଷର ରାଡ଼ାରରେ ସୁଖୋଇର ଏହି କାର୍ଯ୍ୟ ଦୃଷ୍ଟି ଗୋଚର ହେବ ନାହିଁ। ଷ୍ଟେଲଥ୍‍ ଟେକ୍ନୋଲୋଜି କାରଣରୁ ଏହା ସମ୍ଭବ ହେଇ ପାରିବ। ତେବେ ସୁଖୋଇର ଉଡ଼ାଣ ଆହୁରି ଅଧିକ ଫଳପ୍ରଦ ହେବ, ଯେତେବେଳେ ନିଜ ସହିତ ବ୍ରହ୍ମୋସକୁ ନେଇ ଉଡିବ। ସୁଖୋଇର ଅଦୃଶ୍ୟ ଉଡ଼ାଣ ପାଇଁ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଥିବା ସୁନାବେଡା ସ୍ଥିତ ହାଲରେ ସୁଖୋଇ ବିମାନରେ ଷ୍ଟେଲଥ୍‍ ଟେକ୍ନୋଲୋଜିର ବ୍ୟବହାର ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ବିମାନରେ ଷ୍ଟେଲଥ୍‍ ଟେକ୍ନୋଲୋଜିର ବ୍ୟବହାର ଦ୍ୱାରା ଏହା ରାଡାର ତଥା ଅନ୍ୟ ସମ୍ବେଦନଶୀଳ ଉପକରଣରେ ଦୃଷ୍ଟିଗୋଚର ହେବ ନାହିଁ।  ଦେବା ପାଇଁ ଏହି କୌଶଳର ବ୍ୟବହାର କରାଯିବ।

ହାଲର ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ ଯେ, ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆରଡିଓ) ଦ୍ୱାରା ବିକଶିତ ଷ୍ଟେଲଥ୍‍ ଉପକରଣକୁ ସୁଖୋଇରେ ବ୍ୟବହାର କରିବାର ସମୟ ଆସିଯାଇଛି। ପ୍ରଥମଥର ପାଇଁ କୌଣସି ଲଢ଼ୁଆ ବିମାନରେ ଏହାର ବ୍ୟବହାର କରାଯିବ। ସୁଖୋଇରେ ଷ୍ଟେଲଥ୍‍ ଉପକରଣର ବ୍ୟବହାର ଦ୍ୱାରା ଯେକୌଣସି ଆକ୍ରମଣରୁ ରକ୍ଷା ପାଇଯିବ। ଡିଆରଡିଓ ଦ୍ୱାରା ଏପରି ଷ୍ଟେଲଥ୍‍ ଉପକରଣ ପସ୍ତୁତ କରାଯାଇଛି, ଯାହାକୁ ଭାରତର ଲଢ଼ୁଆ ବିମାନ ଏବଂ ଯୁଦ୍ଧ ଜାହଜରେ ବ୍ୟବହାର କରାଯିବ। ଆଉ ଏ ସଂପର୍କରେ ଶତ୍ରୁପକ୍ଷର ରାଡାର କୌଣସି ସୂଚନା ପାଇ ପରିବ ନାହିଁ। ଏହି କୌଶଳ ଦ୍ୱାରା ଶତ୍ରୁର ସୀମା ମଧ୍ୟରେ ପ୍ରବେଶ କରି ଆକ୍ରମଣ କରିବା ଭାରତ ପାଇଁ ସହଜ ହେବ। ବିଶ୍ୱର ହାତଗଣତି ଦେଶ ପାଖରେ ଏହି ଷ୍ଟେଲଥ୍‍ ଉପକରଣ ତିଆରି କରିବାର କ୍ଷମତା ରହିଛି। ବିଶ୍ୱର ଲୋକପ୍ରିୟ ବିଜ୍ଞାନ ଜର୍ଣ୍ଣାଲ ‘ସାଇଣ୍ଟିଫିକ୍‍- ରିପୋର୍ଟସ’ରେ ଏ ସମ୍ବନ୍ଧୀୟ ଲେଖା ପ୍ରକାଶିତ କରି ଭାରତ ନିଜର ଏହି ଟେକ୍ନୋଲୋଜି ବିଷୟରେ ଦୁନିଆକୁ ଅବଗତ କରାଇଛି।
କ୍ଷେପଣାସ୍ତ୍ରକୁ ସାଙ୍ଗରେ ନେଇ ଉଡିଲାବାଲା ଲଢ଼ୁଆ ସୁଖୋଇ ବିମାନ ପାଇଁ ଷ୍ଟେଲଥ୍‍ ଉପକରଣର ବ୍ୟବହାର ବାସ୍ତବରେ ଚମତ୍କାର ହୋଇଯିବ। ଗତ ବର୍ଷ ନଭେମ୍ବରରେ ସୁଖୋଇ ବ୍ରହ୍ମୋସକୁ ନେଇ ସଫଳତାର ସହିତ ଉଡ଼ାଣ କରିଥିଲା। ଏହି ପରୀକ୍ଷାମୂଳକ ଉଡାଣକୁ ବିପଦଜନକ ଉଡାଣ ଆଖ୍ୟା ଦିଆଯାଇଥିଲା। କିନ୍ତୁ ଭାରତ ସେଥିରେ ସଫଳ ହୋଇଥିଲା। ହାଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ସୁଖୋଇରେ ଷ୍ଟେଲଥ୍‍ ଉପକରଣର ପ୍ରୟୋଗ କରାଯିବ। ଏହା ପରେ କ୍ଷେପଣାସ୍ତ୍ର ସହିତ ଉଡିବା ଭଳି ସୁଖୋଇରେ ଷ୍ଟେଲଥ୍‍ ଉପକରଣର ପ୍ରୟୋଗ କରାଯିବ। ଫଳରେ ସୁଖୋଇର ଏହି ଅଦୃଶ୍ୟ ଉଡ଼ାଣକୁ ଶତ୍ରୁପକ୍ଷର ସମ୍ବେଦନଶୀଳ ରାଡାର ଧରିପାରିବ ନାହିଁ।

- Advertisement -

ପ୍ରତିରକ୍ଷା ବୈଜ୍ଞାନିକ ଏ ସଂପର୍କରେ କୁହନ୍ତି ଯେ, ଷ୍ଟେଲଥ୍‍ ଟେକ୍ନୋଲୋଜି ଏଭଳି କୌଶଳ ଯାହାର ବ୍ୟବହାର ଦ୍ୱାରା ଭାରତର ଲଢ଼ୁଆ ବିମାନକୁ ପାକିସ୍ତାନୀ ରାଡାର ସମେତ ଦୁନିଆର କୌଣସି ଶକ୍ତିଶାଳୀ ଦେଶର ରାଡାର ଧରିପାରିବ ନାହିଁ। ଏପର୍ଯ୍ୟନ୍ତ ଏହି ଟେକ୍ନୋଲୋଜି କେବଳ ଆମେରିକା, ରୁଷ ଏବଂ ଚୀନ ବ୍ୟତୀତ ଆଉ କାହା ପାଖରେ ନାହିଁ।
ଡିଆରଡିଓର ଯୋଧପୁର ସ୍ଥିତ ପ୍ରତିରକ୍ଷା ଗବେଷଣାଗାର ଆଇଆଇଟି ବୈଜ୍ଞାନିକମାନଙ୍କ ସହିତ ମିଶି ଏଫଏମଏଆର-୮୦ ନାମକ ଷ୍ଟେଲଥ୍‍ ଉପକରଣ ପ୍ରସ୍ତୁତ କରିଛି ବୋଲି ପ୍ରତିରକ୍ଷା ସୂତ୍ରରୁ ଜଣାପଡିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories