www.samajalive.in
Sunday, December 14, 2025
23.1 C
Bhubaneswar

ଅପହୃତ ଭାରତୀୟ ଯନ୍ତ୍ରୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି

କାବୁଲ : ଆଫଗାନିସ୍ତାନର ବାଘଲାନ ପ୍ରଦେଶରୁ ରବିବାର ଅପହୃତ ହୋଇଥିବା ୭ଜଣ ଭାରତୀୟ ଯନ୍ତ୍ରୀଙ୍କୁ ଉଦ୍ଧାର ପାଇଁ ସୁରକ୍ଷା କର୍ମଚାରୀମାନେ ପ୍ରୟାସ ଚଳାଇଛନ୍ତି। ଅପହୃତ ଭାରତୀୟ ଯନ୍ତ୍ରୀମାନେ ଏବେ କେଉଁଠାରେ ଅଛନ୍ତି ତାର କୌଣସି ପତ୍ତା ମିଳିପାରି ନାହିଁ। ତେଣୁ ଯନ୍ତ୍ରୀମାନେ ଏବେ କେଉଁଠାରେ ଅଛନ୍ତି ତାହା ଜାଣିବା ପାଇଁ ସୁରକ୍ଷାକର୍ମୀମାନେ ସ୍ଥାନୀୟ ଆଦିବାସୀ ନେତାଙ୍କର ସହଯୋଗ ନେଇଛନ୍ତି। ବାଘଲାନ ପ୍ରଦେଶ ପୁଲିସ ମୁଖ୍ୟଙ୍କ କହିବା ଅନୁଯାୟୀ ରବିବାର ଚେସମା-ଇ-ସେର ଅଞ୍ଚଳରୁ ଭାରତୀୟ ଯନ୍ତ୍ରୀମାନଙ୍କୁ ଆତଙ୍କବାଦୀମାନେ ଅପହରଣ କରିନେଇଥିଳେ। ଯନ୍ତ୍ରୀମାନେ କେଇସି ଇଣ୍ଟରନ୍ୟାସନାଲ କର୍ମଚାରୀ। କେଇସି ଇଣ୍ଟରନ୍ୟାସନାଲ ହେଉଛି ଆରପିଜି ଗ୍ରୁପ୍‍ କମ୍ପାନୀର ଏକ ଅଂଶ। କେଇସି ଦ୍ୱାରା ନିର୍ମାଣ ଚାଲିଥିବାଏକ ପାୱାର ସବ୍‍ ଷ୍ଟେସନର କାମ ତଦାରଖ କରିବାକୁ ଯନ୍ତ୍ରୀମାନେ ଯାଉଥିବାବେଳେ ତାଲିବାନ ଆତଙ୍କବାଦୀମାନେ ସେମାନଙ୍କୁ ଅପହରଣ କରି ନେଇଥିଲେ। ଯନ୍ତ୍ରୀମାନଙ୍କ ସହିତ ଥିବା ଗାଡି ଚାଳକକୁ ମଧ୍ୟ ଆତଙ୍କବାଦୀମାନେ ଅପହରଣ କରିନେଇଛନ୍ତି। ସମସ୍ତଙ୍କ ମୁକ୍ତି ପାଇଁ ଏବେ ଉଦ୍ୟମ ଚାଲିଛି। ଯନ୍ତ୍ରୀମାନଙ୍କ ଅପହରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରି ନଥିବାବେଳେ ଏହା ପଛରେ ତାଲିବାନଙ୍କ ହାତ ଥିବା ଆଶଙ୍କା କରାଯାଇଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ ଅପହୃତ ଯନ୍ତ୍ରୀଙ୍କ ମୁକ୍ତି ପାଇଁ ଆଫଗାନିସ୍ତାନ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ ଚଳାଇଥିବା ଜଣାଯାଇଛି। ୨୦୧୬ରେ ଜଣେ ଭାରତୀୟ ସ୍ୱେଚ୍ଛାସେବୀଙ୍କୁ ଆତଙ୍କବାଦୀମାନେ ଅପହରଣ କରିନେଇଥିଲେ। ଅପହରଣର ୪୦ଦିନ ପରେ ତାଙ୍କୁ ମୁକ୍ତ କରାଯାଇଥିଲା।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories