www.samajalive.in
Wednesday, December 10, 2025
26.1 C
Bhubaneswar

ପୂଜାରାଙ୍କୁ ଆଉଟ୍‌ କରିବା ସୁଖଦ ଅନୁଭୂତି: କର୍ନୱାଲ୍‌

କିଙ୍ଗ୍‌ଷ୍ଟନ(ଜାମାଇକା) : ଏଠା​ରେ‌ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ତରଫରୁ ନିଜ ଟେଷ୍ଟ କ୍ୟାରିୟର ଆରମ୍ଭ କରିଛନ୍ତି ଅଲରାଉଣ୍ଡର ରାହ୍‌କିମ୍‌ କର୍ନୱାଲ୍‌। କ୍ରିକେଟ୍‌ ଇତିହାସରେ ସବୁଠାରୁ ଅଧିକ ଓଜନ ବିଶିଷ୍ଟ ଏହି କ୍ରିକେଟର୍‌ ଅଫ୍‌ସ୍ପିନ୍‌ ବୋଲିଂ କରି ଭାରତୀୟ ବ୍ୟାଟସମ୍ୟାନ୍‌ ଚେତେଶ୍ବର ପୂଜାରାଙ୍କୁ ଆଉଟ୍‌ କରିଥିଲେ। ୨୬ ବର୍ଷୀୟ କର୍ନୱାଲ୍‌ ପ୍ରଥମ ଦିନରେ ୨୭ ଓଭର ବୋଲିଂ କରି ୬୯ ରନ୍‌ ବିନିମୟରେ ଗୋଟିଏ ୱିକେଟ୍ ହାସଲ କରିଥିଲେ। ନିଜ ଟେଷ୍ଟ କ୍ରିକେଟ୍‌ କ୍ୟାରିୟରର ପ୍ରଥମ ୱିକେଟ୍‌ ଭାବେ ଭାରତୀୟ ଦଳର ନିର୍ଭରଯୋଗ୍ୟ ବ୍ୟାଟସମ୍ୟାନ୍‌ ଚେତେଶ୍ବର ପୂଜାରାଙ୍କୁ ଆଉଟ୍‌ କରିବା ସୁଖଦ ଅନୁଭୂତି ବୋଲି ମତ ଦେଇଛନ୍ତି କର୍ନୱାଲ୍‌।
ପ୍ରଥମ ଦିନ ଖେଳ ଶେଷ ପରେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ କର୍ନୱାଲ୍‌ କହିଥିଲେ ୱେଷ୍ଟଇଣ୍ଡିଜ ତରଫରୁ ନିଜ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିବାରୁ ସେ ବେଶ୍‌ ଖୁସି ଅଛନ୍ତି। ପ୍ରଥମ ଦିନରେ ଯେପରି ବୋଲିଂ କରିଛନ୍ତି ତାହାକୁ ନେଇ ମଧ୍ୟ ବେଶ୍‌ ସନ୍ତୁଷ୍ଟ। ସଠିକ୍‌ ସ୍ଥାନରେ ବଲ୍ ପକାଇ ସେ ସଫଳତା ପାଇଛନ୍ତି। ବୋଲିଂରେ ୱିକେଟ୍‌ ପାଇବା ଛଡ଼ା କର୍ନୱାଲ୍‌ ଭାରତୀୟ ଓପନର୍‌ କେଏଲ୍‌ ରାହୁଲ ଓ ମୟଙ୍କ ଅଗ୍ରୱାଲ୍‌ଙ୍କ କ୍ୟାଚ୍‌ ଧରିଥିଲେ। ୱେଷ୍ଟଇଣ୍ଡିଜ ଅଧିନାୟକ ଜାସନ୍‌ ହୋଲଡର୍‌ ୩ଟି ୱିକେଟ୍‌ ହାସଲ କରିଥିଲେ। ତାଙ୍କ ଦଳରେ ଦ୍ରୁତ ବୋଲରମାନେ ଭଲ ପ୍ରଦର୍ଶନ କରିଥିଲେ ବୋଲି ମତ ଦେଇଛନ୍ତି କର୍ନୱାଲ୍‌। ପିଚ୍‌ରେ ଆର୍ଦ୍ରତା ରହିଥିବାରୁ ଟସ୍‌ ଜିତି ହୋଲଡର୍‌ ପ୍ରଥମେ ବ୍ୟାଟିଂ କରିବାକୁ ଭାରତକୁ ଆମନ୍ତ୍ରଣ କରିଥିଲେ। ମୂଳରୁ ୱେଷ୍ଟଇଣ୍ଡିଜ ବୋଲର ଭଲ ପ୍ରଦର୍ଶନ କରି ୪୬ ରନ୍‌ ବିନିମୟରେ ଭାରତର ଦୁଇଟି ୱିକେଟ୍‌ ହାସଲ କରିବାକୁ ସକ୍ଷମ ହୋଇଥିଲେ ବୋଲି କର୍ନୱାଲ୍‌ ମତ ଦେଇଥିଲେ। ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories