www.samajalive.in
Sunday, December 14, 2025
26.1 C
Bhubaneswar

ପୁରୀରୁ ମଠ ଉଚ୍ଛେଦ ପ୍ରସଙ୍ଗରେ ପ୍ରଶାସନ ଉପରେ ବର୍ଷିଲେ ଶଙ୍କରାଚାର୍ଯ୍ୟ

ପୁରୀ : ପୁରୀ ଜିଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ନିକଟରେ ଥିବା ପ୍ରାଚୀନ ମଠ, ମନ୍ଦିର ଉଚ୍ଛେଦ ପ୍ରସଙ୍ଗରେ ପୁରୀର ଜଗତ୍‍ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି । ଏଭଳି କାର୍ଯ୍ୟ ନେଇ ଶଙ୍କରାଚାର୍ଯ୍ୟ ତୀବ୍ର  ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ପୁରୀର ଗୋବର୍ଦ୍ଧନ ପୀଠ ପରିସରରେ ଶନିବାର ଏନେଇ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଶଙ୍କରଚାର୍ଯ୍ୟ କହିଛନ୍ତି  ଜିଲା ପ୍ରଶାସନ ମନଇଛା ଧାର୍ମିକ ଅନୁଷ୍ଠାନ ଗୁଡ଼ିକୁ ଉଚ୍ଛେଦ କରିବା ଉଚିତ ନୁହେଁ। ଏଭଳି କାର୍ଯ୍ୟ ହିନ୍ଦୁ ଧର୍ମର ବିଧିବ୍ୟବସ୍ଥା ଉପରେ କୁଠାରଘାତ ବୋଲି ସେ କହିଛନ୍ତି। ଧର୍ମନିରପେକ୍ଷ ବ୍ୟବସ୍ଥାରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ହେବା ଉଚିତ ନୁହେଁ। ପୂର୍ଣ୍ଣ ଧାର୍ମିକ ବିଧିବ୍ୟବସ୍ଥାରେ ଶ୍ରୀମନ୍ଦିର ପରିଚାଳିତ ହେବା ଆବଶ୍ୟକ। ଶଙ୍କରାଚାର୍ଯ୍ୟ କହିଛନ୍ତି ‘ମୋ ବିଶେଷ ଅଧିକାର ବଳରେ ବି.ପି.ଦାସ କମିଶନଙ୍କ ରିପୋର୍ଟକୁ ମୁଁ ଅବୈଧ ଘୋଷଣା କରୁଛି’।
ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‍ କ୍ୟୁରିଙ୍କ ପଦକ୍ଷେପକୁ ସେ ତୀବ୍ର ନିନ୍ଦା କରିବା ସହିତ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବା କ’ଣ ତାଙ୍କର ଦାୟିତ୍ୱ ନ ଥିଲାକି ବୋଲି ସେ ପ୍ରଶ୍ନ କରିଛନ୍ତି। କେଉଁ ଶାସନତନ୍ତ୍ର ତାଙ୍କୁ ଶଙ୍କରଚାର୍ଯ୍ୟଙ୍କ ପାଖକୁ ଆସିବାକୁ ଅଟକାଇ ଥିଲା ବୋଲି ସେ ପଚାରିବା ସହ ଏହାର ବିଧିବଦ୍ଧ ତଦନ୍ତ ହେବା ସଙ୍ଗେ ସଙ୍ଗେ ଏଥିଲାଗି ଏକ ଯାଞ୍ଚ କମିଟି ଗଠନ କରିବାକୁ ସେ ଦାବି କରିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories