www.samajalive.in
Saturday, December 13, 2025
26.1 C
Bhubaneswar

ନିଟ୍ ପରୀକ୍ଷା କେନ୍ଦ୍ରରୁ ନକଲି ପରୀକ୍ଷାର୍ଥୀ ଗିରଫ

ରାଉରକେଲା: ନିଟ୍ ପରୀକ୍ଷା କେନ୍ଦ୍ରରୁ ଜଣେ ନକଲି ପରୀକ୍ଷାର୍ଥୀ ଗିରଫ ହୋଇଛନ୍ତି । ଅଭିଯୁକ୍ତ ଜଣଙ୍କ ରାଜସ୍ଥାନ କୋଟା ଅଞ୍ଚଳର ରମେଶ କୁମାର ଏବଂ ସେ ଖୋର୍ଦ୍ଧାର ସାଙ୍ଗିଆ ବିଶ୍ବାଳଙ୍କ ପାଇଁ ପରୀକ୍ଷା ଦେଉଥିଲେ ବୋଲି ଜଣାପଡିଛି । ତାଙ୍କୁ ଆଜି କୋର୍ଟ ଚାଲଣ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ସୂଚନା ଦେଇଛି ।

ସୂଚନାଯୋଗ୍ୟ, ରବିବାର ସାରା ଦେଶରେ ନିଟ୍ ପରୀକ୍ଷା ଥିବା ବେଳେ ବାସନ୍ତୀ କଲୋନୀ ଡିଏଭି ସ୍କୁଲର ପରୀକ୍ଷା କେନ୍ଦ୍ରରେ ଖୋର୍ଦ୍ଧାର ସାଙ୍ଗିଆ ବିଶ୍ବାଳଙ୍କ ପାଇଁ ଅନ୍ୟ ଜଣେ ପରୀକ୍ଷା ଦେଉଥିଲେ । ସବୁ ପ୍ରଶ୍ନର ଉତ୍ତର ହିନ୍ଦୀରେ ଦେଇଥିବା ବେଳେ ପ୍ରକୃତ ପରୀକ୍ଷାର୍ଥୀଙ୍କ ଦସ୍ତଖତ ମେଳ ଖାଇନଥିଲା । ଏହା ସହ ବାପା ମାଙ୍କ ନାମ ମଧ୍ୟ ଭୁଲ କହିଥିଲେ । ଏହାକୁ ନେଇ ପରୀକ୍ଷା କେନ୍ଦ୍ରରେ ଥିବା ଅଧିକାରୀଙ୍କ ସନ୍ଦେହ ବଢିଥିଲା । ପରୀକ୍ଷା କେନ୍ଦ୍ରର ଅଧ୍ୟକ୍ଷ ଏନେଇ ଉଦିତ ନଗର ଥାନାରେ ଏତଲା ଦେଲା ପରେ ପୁଲିସ ରମେଶଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା । ଜେରା ବେଳେ ସେ ନିଜ ପରିଚୟ ଦେଇଥିଲେ ମଧ୍ୟ ଏହା ଅସଲି ନା ନକଲି ତାହାକୁ ନେଇ ପୁଲିସ ସନ୍ଦେହରେ ରହିଛି । ଏହା ପଛରେ ଏକ ବଡ ରାକେଟ ଚାଲୁଥିବା ପୁଲିସ ଅନୁମାନ କରୁଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories