www.samajalive.in
Friday, December 12, 2025
16.1 C
Bhubaneswar

ମାଲେସିଆ ଜାହାଜର କଣ୍ଟେନରରୁ ତେଲ କାଢିବା ପ୍ରକ୍ରିୟା ଆରମ୍ଭ

ଚିଲିକା: ଚିଲିକାର ରାଜହଂସ ନିକଟରେ ଫସି ରହିଥିବା ମାଲେସିଆ ଜାହାଜର କଣ୍ଟେନରରୁ ଗତକାଲି ରାତିରୁ ତେଲ କାଢିବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ବଡ କଣ୍ଟେନରରୁ ତେଲ ପାଇପ ଯୋଗେ କଢାଯାଇ ଏକ ଛୋଟ କଣ୍ଟେନରରେ  ଭର୍ତ୍ତୀ କରାଯାଉଛି। ପ୍ରତି ଦଫାରେ ଜାହାଜର କଣ୍ଟେନରରୁ ୨୫୦ ଲିଟର ତେଲ କଢା ଯାଉଛି । ଜାହାଜରୁ ତେଲ ବାହାର କରାଯିବା ପରେ ଜାହାଜକୁ ସ୍ଥାନାନ୍ତର କରାଯିବ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଗତ ଅଗଷ୍ଟ ୭ ତାରିଖରେ ମାଲେସିଆର ଜାହାଜଟି ଯାନ୍ତ୍ରିକ ତୃଟିଯୋଗୁ ସମୁଦ୍ର ମଧ୍ୟରୁ ଆସି କୂଳରେ ଲାଗିଥିଲା। ଜାହାଜଟି କୂଳରେ ଫସି ରହିଥିବା କାରଣରୁ ଏଥିରୁ ତେଲ ଲିକ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା। କାରଣ ସମୁଦ୍ରର ଢେଉ ମାଡରେ ଜାହାଜଟିର କଣ୍ଟେନରଟି ଓଲଟି ପଡିଥିଲା ଯାହା ଫଳରେ ଏଥିରେ ମହଜୁଦ ଥବା ୩୩ ହଜାର ଲିଟର ତେଲ ଲିକ ହେବାର ଯଥେଷ୍ଟ ସମ୍ଭାବନା ରହିଥିଲା। ଏତେ ମାତ୍ରାରେ ତେଲ ଲିକ୍‍ ହେଲେ ଚିଲିକାର ଜୈବ ବିଭିଦତା ପ୍ରତି ଏହା ବଡ ବିପଦ ସୃଷ୍ଟି କରିବ। ଏନେଇ ଜଣା ପଡିବାପରେ ପ୍ରଶାସନ ସ୍ତରରେ ଜୋରସୋର ଉଦ୍ୟମ କରାଯାଇଥିଲା ଏବଂମାଲେସିଆ ଜହାଜ କତ୍ତୃପକ୍ଷ ଏବଂ ରାଜ୍ୟ ସରକାରଙ୍କୁ ଚିଠି ମାଧ୍ୟମରେ ଜଣାଯାଇଥିଲା।

 

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories