www.samajalive.in
Monday, December 8, 2025
24.1 C
Bhubaneswar

ପାକିସ୍ତାନରେ ଚା-ବିସ୍କୁଟ୍‌ ଉପରେ ବି କଟକଣା

ଇସଲାମାବାଦ : ଜଟିଳ ଆର୍ଥିକ ସଂକଟ ଦେଇ ଗତି କରୁଥିବା ପାକିସ୍ତାନ ଏବେ ବିଭିନ୍ନ କ୍ଷେତ୍ରରେ ଖର୍ଚ୍ଚକାଟ ଆରମ୍ଭ କରିଦେଇଛି। ଚଳିତବର୍ଷ ନିଯୁକ୍ତି ପାଇଁ କୌଣସି ନୂଆ ସରକାରୀ ପଦ ସୃଷ୍ଟି କରାଯିବ ନାହିଁ କି ଗୋଟିଏ ହେଲେ ନୂଆ ଗାଡି କିଣା ଯିବନାହିଁ ବୋଲି ପାକିସ୍ତାନ ସରକାର ନିର୍ଦେଶନାମା ଜାରି କରିଛନ୍ତି। ଏପରିକି ଛୋଟ ଛୋଟ ଖର୍ଚ୍ଚକାଟ କରିବାକୁ ବି ପାକିସ୍ତାନ ସରକାର ପଛେଇନାହାନ୍ତି। ସରକାରୀ ଅଧିକାରୀସ୍ତରରେ ହେଉଥିବା ବୈଠକରେ ରି‌େ​‌ଫ୍ରସ୍‌ମେଣ୍ଟ ବାବଦରେ ଦିଆଯାଉଥିବା ଚା-ବିସ୍କୁଟ୍‌ ଉପରେ ମଧ୍ୟ ଅଙ୍କୁଶ ଲଗାଇଛନ୍ତି ଇମ୍ରାନ୍‌ ସରକାର।

ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଜାରି ‘ମେମୋରେଣ୍ଡମ୍‌ ଅଫ୍ ଅଫିସ୍‌’ ବିଜ୍ଞପ୍ତିରେ ଉକ୍ତ ନିର୍ଦେଶନାମା ସହ ବୈଠକରେ ରିଫ୍ରେସ୍‌ମେଣ୍ଟ ଚା-ବିସ୍ମୁଟ ଖର୍ଚ୍ଚ କାଟ କରାଯାଇଛି। ଏହାକୁ ନେଇ ପାକିସ୍ତାନର ଅଧିକାରୀ ସ୍ତରରେ ଅସନ୍ତୋଷ ଉପୁଜିଛି। ବିଶେଷକରି ମଧୁମେହ ଥିବା ଅଧିକାରୀ ଘଣ୍ଟା ଘଣ୍ଟା ବୈଠକରେ ବସୁଥିବାରୁ ଚା-ବିସ୍କୁଟ୍‌ ବାରଣ କରାଯିବାକୁ ସେମାନେ ସମାଲୋଚନା କରିଥିବା ଜଣାପଡିଛି। ଏପରି ସମାଲୋଚନାକୁ ଅର୍ଥ ମନ୍ତ୍ରଣାଳୟ ପଛରେ ପକାଇ ବିଧିବଦ୍ଧ ନିର୍ଦେଶନାମା ଜାରି କରିଛି। ଅନ୍ୟ କଟକଣା ମଧ୍ୟରେ ସରକାରୀ ବିଜ୍ଞାପନ ପାଇଁ କେବଳ ଗୋଟିଏ ଖବରକାଗଜ ଓ ପତ୍ରିକାକୁ ତାଲିକାଭୁକ୍ତ କରାଯିବ। ସରକାରୀ ନୀତି ନିଷ୍ପତ୍ତି ସମ୍ପର୍କରେ ବିଭିନ୍ନ ଖବରକାଗଜ ଓ ପତ୍ରିକାରେ ବିଜ୍ଞାପନ ଦିଆଯିବା ଉପରେ କଟକଣା ଲାଗୁ କରାଯାଇଛି। ସେହିପରି ସରକାରୀ ଯୋଗାଯୋଗ ଓ ଚିଠି ପତ୍ର ପାଇଁ କାଗଜର ଦୁଇ ପଟକୁ ବ୍ୟବହାର କରିବାକୁ କୁହାଯାଇଛି। ସେହିପରି ବିଜୁଳି, ଗ୍ୟାସ, ଟେଲିଫୋନ, ପାଣିର ବ୍ୟବହାରକୁ ଯଥାସମ୍ଭବ କମ୍ କରିବାକୁ ନିର୍ଦେଶ ଦିଆଯାଇଛି। ଏଥିପାଇଁ ପ୍ରିନ୍ସପାଲ ଆକାଉଣ୍ଟିଂ ଅଫିସର (ପିଏଓ) ଦାୟିତ୍ବ ଦିଆଯାଇଛି। ଭାରତ-ପାକିସ୍ତାନ ସଂପର୍କ ତିକ୍ତ ହେବାପରଠାରୁ ନୂଆଦିଲ୍ଲୀ ପକ୍ଷରୁ ଇସଲାମାବାଦ ସହ ଆମଦାନୀ-ରପ୍ତାନୀ ଉପରେ କଟକଣା ଓ ଟିକସ ବୃଦ୍ଧି ଜାରି ହୋଇଥିଲା। ଏବେ ଧାରା ୩୭୦ ଉଚ୍ଛେଦ ଘଟଣାରେ ମଧ୍ୟ ପାକିସ୍ତାନ ବାଣିଜ୍ୟିକ ସଂପର୍କ ଭାରତ ସହ ଚ୍ଛିନ୍ନ କରିଛି। ଅନ୍ୟପଟେ ବିଶ୍ବ ଆର୍ଥିକ ମାନ୍ଦାବସ୍ଥା ମଧ୍ୟ ପାକିସ୍ତାନରେ ଗୁରୁତର ସଂକଟ ସୃଷ୍ଟି କରିଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories