ଜାମ୍ମୁ-କାଶ୍ମୀରରେ କଠୋର ଶାସନ ଚାଲିଛି : ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରେ ସରକାରଙ୍କ କଠୋର ଶାସନ ଦେଖିବାକୁ ମିଳିଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର କହିଛନ୍ତି। ସେ କହିଛନ୍ତି ଯେ ଲୋକଙ୍କ ଉପରେ ବଳ ପ୍ରୟୋଗ କରାଯାଇ ନିରବ ରଖାଯାଇଛି।
ଜାମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହେବାର ୨୦ଦିନ ବିତି ଯାଇଥିଲେ ମଧ୍ୟ ଏଠାରେ ଲୋକଙ୍କୁ ସ୍ବାଧୀନ ଭାବେ ଚଳ ପ୍ରଚଳ କରିବାକୁ ଅନୁମତି ଦିଆଯାଉ ନାହିଁ। ଶନିବାର ରାହୁଲ ଓ ଅନ୍ୟ ବିରୋଧୀ ଦଳର ପ୍ରତିନିଧି ଜାମ୍ମୁ-କାଶ୍ମୀର ଗସ୍ତରେ ଯାଇଥିବାବେଳେ ସେମାନଙ୍କୁ ବିମାନବନ୍ଦରରୁ ଫେରାଇ ଦିଆଯାଇଥିଲା। ଏହି ସମୟରେ ପ୍ରଶାସନିକ ଅଧିକାରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁବର୍ବ୍ୟବହାର କରିଥିବା ରାହୁଲ ଅଭିଯୋଗ କରିଛନ୍ତି। ଦୁବର୍ବ୍ୟବହାର ସମ୍ପର୍କିତ ଏକ ଭିଡିଓକୁ ପ୍ରଦର୍ଶନ କରିଛନ୍ତି।
Comments are closed.