ବର୍ଷା ଆଉ ୨୪ ଘଣ୍ଟା

ଭୁବନେଶ୍ବର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ସକ୍ରିୟ ହେବାରେ ଲାଗିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୫ଟି ଜିଲାରେ ପ୍ରବଳ ବର୍ଷା ହେବାନେଇ ସତର୍କ ସୂଚନା ଜାରି କରାଯାଇଛି। ୨୮ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବ। ଏପରି ହେଲେ ବର୍ଷାର ଅବଧି ବଢ଼ିବ।

prayash

ଅପରପକ୍ଷେ ଉତ୍ତର ଛତିଶଗଡ଼ ଓ ପୂର୍ବ ମଧ୍ୟପ୍ରଦେଶ ଉପରେ ଥିବା ଏକ ଲଘୁଚାପର ପ୍ରଭାବରେ ମୌସୁମି ବାୟୁ ଏବେ ଝାରସୁଗୁଡ଼ା ଓ ପୁରୀ ଦେଇ ପ୍ରବାହିତ ହେଉଛି। ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଯାଜପୁର ଓ ଭଦ୍ରକ ଜିଲାରେ ପ୍ରବଳ ବର୍ଷା ହେବ। ସେହିପରି ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ଦେବଗଡ଼, ଅନୁଗୋଳ, ପୁରୀ, କଳାହାଣ୍ଡି, ବଲାଙ୍ଗୀର ଓ ଢେଙ୍କାନାଳ ଜିଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ଏହି ସମୟରେ ଉପକୂଳବର୍ତ୍ତୀ ଅଞ୍ଚଳରେ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଆଜି ସଂଧ୍ୟା ୫.୩୦ ସୁଦ୍ଧା ପାରାଦ୍ବୀପରେ ସର୍ବାଧିକ ୮୯ ମିଲି ମିଟର, ଅନୁଗୋଳରେ ୩୬ ମିମି, ଚାନ୍ଦବାଲି ଓ କଟରେ ୨୬.୨ ମିମି, ବଲାଙ୍ଗୀରେ ୨୫ ମିମି, ବାଲେଶ୍ବରରେ ୨୪ ମିମି ବର୍ଷା ହୋଇଛି।

kalyan agarbati

Comments are closed.