www.samajalive.in
Tuesday, December 9, 2025
16.1 C
Bhubaneswar

ବିପୁଳ ପରିମାଣର କଫ୍ ସିରଫ ଜବତ : ୫ ଗିରଫ

ସମ୍ବଲପୁର:ସମ୍ବଲପୁର ପୁଲିସ ବିଭିନ୍ନ ସ୍ଥାନରେ ଚଢଉ କରି ୧୧୧୭ଟି ସିଲ କଫ ସିରଫ ଭର୍ତ୍ତି ବୋତଲ ଜବତ କରିଛି।ସମ୍ବଲପୁରର ସାହୁ କଲୋନୀ ଓ ରିଙ୍ଗରୋଡ ଅଞ୍ଚଳରେ ପୁଲିସ ଚଢଉ କରି କଫ ସିରଫ ସହ ୫ ଜଣଙ୍କୁ ଗିରଫ କରିଛି। ପୁଲିସ ସାହୁ କଲୋନୀରେ ଚଢ଼ଉ କରି ୬୦୧ ବୋତଲ କଫ ସିରଫ ନଗଦ ଦୁଇ ହଜାର ଟଙ୍କା ଏକ ବାଇକ ସହ ରାଜେଶ ନାଗ ଓ ସୋମନାଥ ବେହେରା ଏବଂ ସତ୍ୟ ଭୋଇଙ୍କୁ ଗିରଫ କରିଥବା ଜଣାପଡିଛି। ସେହିପରି  ରିଙ୍ଗରୋଡରେ ଥିବା ଶନି ମନ୍ଦିର ପଛପଟରୁ ପୁଲିସ ଚଢଉ କରି ୫୧୬ ବୋତଲ କଫ ସିରଫ ସହ ଦଲେଇପଡାର କାମେଶ ସାହା , ଶ୍ରଜାବତ ରାୟଙ୍କୁ ପୁଲିସ ଗିରଫ କରିଛି। ପୁଲିସର ସୂଚନାନୁଯାୟୀ, ଏହି ସମସ୍ତ କଫ ସିରଫ ଗୁଡିକୁ ଅଭିଯୁକ୍ତ ମାନେ ଜାଣିଶୁଣି ଅପରିତ୍ୟକ୍ତ ସ୍ଥାନରେ ପକାଇ ରଖିଥାନ୍ତି। ପରେ ଏହି କଫ ସିରଫ ଗୁଡିକୁ ଅପମିଶ୍ରିତ କରି ଉଚ୍ଚ ଦାମରେ ନିଶାଖୋର ମାନଙ୍କୁ ବିକ୍ରି କରିଥାନ୍ତି। ସେମାନେ ପ୍ରତି ୧୦୦ ମିଲି ବୋତଲକୁ ୮୦ ରୁ ୧୦୦ ଟଙ୍କାରେ କିଣି ଆଣୁଥିବା ବେଳେ ସେଗୁଡିକୁ ୨୦୦ ଶହ ଟଙ୍କା ପର୍ୟ୍ୟନ୍ତ ବିକ୍ରି କରିଥାନ୍ତି। ଏହା ସହିତ ନିଶା ବଟିକା ମିଶ୍ରଣ କରି ଖୋଲାରେ ବିକ୍ରି କରି ଏହି ଅଭିଯୁକ୍ତ ମାନେ ବହୁତ ଲାଭବାନ ହୁଅନ୍ତି ବୋଲି ପୁଲିସ କହିଛି। ସମ୍ବଲପୁର ଜିଲ୍ଲାରେ ବେଆଇନ ନିଶା କାରବାର ବିଶେଷ କରି କଫ ସିରଫ ଓ ନିଶା ବଟିକା କାରବାର ଖୋଲାଖୋଲି ଭାବରେ ଚାଲୁଛି। ଏହି ନିଶାଗୁଡିକରେ ଅଭ୍ୟସ୍ତ ହୋଇ ଯୁବପିଢ଼ି ପଥଭ୍ରଷ୍ଟ ହେଉଥିବା ବେଳେ ନିଶା ସେବନକାରୀ ମାନେ ସେମାନଙ୍କ ହିତାହିତ ଜ୍ଞାନ ଭୁଲି ଅପରାଧିକ କାଣ୍ଡ ମାନ ଭିଆଉଥିବା ଜଣାପଡିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories